• Thu. Mar 19th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବିଷାକ୍ତ ବଳଦ ମାଂସ ଖାଇ କଲରାପତରିଆ ବାଘର ମୃତ୍ୟୁ

Byodishri Live

Dec 14, 2025

ବନ ବିଭାଗ ଆରମ୍ଭ କଲା ତଦନ୍ତ

ସୁନ୍ଦରଗଡ଼:
ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣାଇ ଉପଖଣ୍ଡର କୁସୁମଡ଼ିହି ସେକ୍ସନ ଅଧୀନ ଖେସାରା ଜଙ୍ଗଲରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘର ମୃତ୍ୟୁ ଖବର ପାଇ ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇଛି।

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ଏହି ଅଞ୍ଚଳରେ ବାଘ ଆକ୍ରମଣରେ ଗୋଟିଏ ବଳଦର ମୃତ୍ୟୁ ଘଟିଥିଲା। ତେବେ ଉକ୍ତ ମୃତ ବଳଦର ଦେହରେ କେହି ଦୁର୍ବୃତ୍ତ ବିଷ ମିଶାଇଥିବା ସନ୍ଦେହ ପ୍ରକାଶ ପାଇଛି। ଏହି ବିଷାକ୍ତ ମାଂସ ଖାଇବା ଫଳରେ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଏହି ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଗମ୍ଭୀର ତଦନ୍ତ ଚାଲିଛି। ବାଘକୁ ବିଷ ଦେଇ ମାରିଥିବା ବ୍ୟକ୍ତି ବଳଦର ମାଲିକ କି ଅନ୍ୟ କେହି—ତାହା ନେଇ ତଦନ୍ତ ଜୋରଦାର କରାଯାଇଛି।

ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

ରିପୋର୍ଟ: ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀ

Spread the love

Leave a Reply

Your email address will not be published. Required fields are marked *