• Thu. Mar 19th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

Byodishri Live

Jan 5, 2026


Reporter: କ୍ରିଷ୍ଣା ନାଗ
Place: କେସିଙ୍ଗା
କେସିଙ୍ଗା:
କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଅନ୍ତର୍ଗତ ୱାର୍ଡ ନମ୍ବର–୬, ଏମ୍‌ଇ ସ୍କୁଲ ପଡ଼ାର ନେପାଳ ମାଝୀ (୨୦) ନାମକ ଜଣେ ଯୁବକଙ୍କ ସୋମବାର ସକାଳେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କଣ୍ଡେଲ ରୋଡ଼ ରେଳ ଷ୍ଟେସନରୁ ପ୍ରାୟ ୧ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନ ଆଘାତରେ ନେପାଳ ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣା ସ୍ଥଳରେ ଦେହ ଭାରି ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ଘଟଣା ସୂଚନା ପାଇ ଟିଟିଲାଗଡ଼ ରେଳୱେ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରେ ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଏ ସଂକ୍ରାନ୍ତରେ ଟିଟିଲାଗଡ଼ ରେଳୱେ ପୋଲିସର ଏଏସଆଇ କେ.ବି. ଶ୍ରୀନିବାସ ରାଓ କହିଛନ୍ତି ଯେ, ଘଟଣାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ମୃତଦେହର ବ୍ୟବଛେଦ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ବୋଲି ସେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *