• Thu. Mar 19th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

୪୪ ତମ ସାର୍ବଜନୀନ ସାରସ୍ୱତୀ ପୂଜା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲିଆକୁଣ୍ଡଲ ଗ୍ରାମପଞ୍ଚାୟତ ଅଧୀନସ୍ଥ କେଲିଆ ଗ୍ରାମରେ ୪୪ତମ ସାର୍ବଜନୀନ ସରସ୍ଵତୀ ପୂଜା ଅନଷ୍ଠିତ ହୋଇଯାଇଛି l ଏହି ପୂଜା ପାଇଁ ଗ୍ରାମରେ ଉତ୍ସବ ମୁଖର ହୋଇ ଉଠିଛି l ୨୨/୦୧/୨୦୨୬ ଅପରାହ୍ନ ଘଣ୍ଟା ୫.୧୦ ରୁ ୬. ୩୦ ମଧ୍ୟେ କଳସ ଯାତ୍ରା ଅନଷ୍ଠିତ ହୋଇଥିଲା ଏବଂ ୨୩/୦୧/୨୦୨୬ ସକାଳ ୯.୩୦ ରୁ ଅପରାହ୍ନ ଘ ୪.୦୦ ପୂଜା ଓ ପୂରାଣ ପଠନ ହୋଇଥାଏ l କର୍ତ୍ତା ଭାବରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ସମ୍ପୂର୍ଣ୍ଣ ପଟେଲ ଓ ତାଙ୍କର ଧର୍ମ ପତ୍ନୀ ଶ୍ରୀମତୀ ଲଳିତା ପଟେଲ l ପୁରୋହିତ ଭାବରେ ଶ୍ରୀ ସନ୍ତୋଷ ପଣ୍ଡା ପୂଜାର୍ଚ୍ଚନା କରିଥିଲେ l ଏହି ପୂଜାରେ ସଭାପତି ଶ୍ରୀ ମନରଞ୍ଜନ ତାଣ୍ଡି ଓ ଉପ ସଭାପତି ସୁଶାନ୍ତ ମଶ୍ରା ସମ୍ପାଦକ ଶ୍ରୀ ବୈଲୋଚନ ବାଗ ସହ ସମ୍ପାଦକ ଶନିଶ୍ଚର ନିଆଲ ଓ କୋଷାଧ୍ୟକ୍ଷ ଶ୍ରୀ ହିମାଂଶୁ ରଣା ଉପ କୋଷାଧ୍ୟକ୍ଷ ଲିଙ୍ଗରାଜ ପଟେଲ ଏବଂ କେଳିଆ ଗ୍ରାମ ବାସୀ ବୃନ୍ଦ ସହଯୋଗ କରିଥିଲେ l ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ରହିଥିଲା l ବିରାଟ ମେଢ଼ ସାଙ୍ଗକୁ ଆକର୍ଷଣୀୟ ଆଲୋକ ମାଲାରେ ମଣ୍ଡପ ଏବଂ ଗ୍ରାମ ଚାରିପାର୍ଷ କୁ ସଜା ଯାଇଥିବା ଦେଖିବାକୁ ମିଳିଥିଲା

Spread the love

Leave a Reply

Your email address will not be published. Required fields are marked *