• Tue. Mar 17th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ୪ ଡିସେମ୍ବରରୁ ବନ୍ଦ ! ଘୋଷଣା କଲା ମେଟା

Byodishri Live

Nov 22, 2025

ଆଜିର ଦିନରେ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ । ନିଜର ପ୍ରତିଦିନର ଅପଡେଟ ଅନ୍ୟଙ୍କୁ ଦେବା ସହ ବନ୍ଧୁତା ପ୍ରେମ ସବୁକିଛି ସୋସିଆଲ ମିଡିଆରେ କରୁଛନ୍ତି । ଏହା ସହ ସୋସିଆଲ ମିଡିଆରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ବି ମିଳୁଛି । ସୋସିଆଲ ମିଡିଆ ବିନା ବଞ୍ଚିବା ଆଜିର ସମୟରେ କାହା ପାଇଁ ବି ସମ୍ଭବ ହୋଇନପାରେ । କିନ୍ତୁ ଯଦି ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ କରିଦିଆଯାଏ ତେବେ କଣ କରିବେ ?ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କର ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ୪ ଡିସେମ୍ବରରୁ ହଟାଇ ଦିଆଯିବ। ଏହି ଦୁଇ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ ମେଟା ଗୁରୁବାର (୨୦ ନଭେମ୍ବର) ଏହା ଘୋଷଣା କରିଛି। ଯେତେବେଳେ ଅଷ୍ଟ୍ରେଲିଆ ସରକାର ଶିଶୁମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ନୂଆ ଆଇନକୁ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଠିକ୍ ସେହି ସମୟରେ ଏହି ନିଷ୍ପତ୍ତି ନିଆଯାଇଛି।

୧୦ ଡିସେମ୍ବରରୁ ଅଷ୍ଟ୍ରେଲିଆରେ ଫେସବୁକ୍, ଇନଷ୍ଟାଗ୍ରାମ୍, ଟିକଟକ୍ ଆଇନ ଅନୁଯାୟୀ ୧୬ ବର୍ଷରୁ କମ୍ ବୟସର ସମସ୍ତ ୟୁଜର୍ସଙ୍କୁ ହଟାଇବାକୁ ବାଧ୍ୟତାମୂଳକ ହେବ। କମ୍ପାନୀଗୁଡିକ ନିଜେ ଏହି ୟୁଜର୍ସଙ୍କୁ ନିଜ ପ୍ଲାଟଫର୍ମରୁ ହଟାଇବେ ନହେଲେ ବହୁତ ବଡ଼ ଜୋରିମାନା ଦେବାକୁ ପଡ଼ିବ। ମେଟା କହିଛି ଯେ, ବ୍ୟାନ ଲାଗୁ ହେବା ପୂର୍ବରୁ ସେ କିଶୋରମାନଙ୍କୁ ନିଜ ପ୍ଲାଟଫର୍ମରୁ ହଟାଇବା ଆରମ୍ଭ କରିଦେବ। ମେଟାର ବୟାନରେ କୁହାଯାଇଛି,“ ଅଷ୍ଟ୍ରେଲିଆର ୧୩-୧୫ ବର୍ଷ ବୟସର ଅଷ୍ଟ୍ରେଲିଆନ୍ ୟୁଜର୍ସଙ୍କୁ ସେମାନଙ୍କ ଇନଷ୍ଟାଗ୍ରାମ୍, ଥ୍ରେଡ୍ସ ଓ ଫେସବୁକ୍‌ର ଆକ୍ସେସ୍ ହରାଇବେ। ୪ ଡିସେମ୍ବର ଠାରୁ ନୂଆ ଅଣ୍ଡର-୧୬ ଆକାଉଣ୍ଟଗୁଡିକ ବ୍ଲକ୍ କରାଯିବ ଏବଂ ବର୍ତ୍ତମାନର ଆକାଉଣ୍ଟଗୁଡିକର ଆକ୍ସେସ୍ ବାତିଲ୍ କରାଯିବ। ୧୦ ଡିସେମ୍ବର ସୁଦ୍ଧା ସମସ୍ତ ଅଣ୍ଡର-୧୬ ଆକାଉଣ୍ଟ ହଟାଇ ଦିଆଯିବ।”

ସରକାରୀ ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆରେ ପ୍ରାୟ ୩,୫୦,୦୦୦ ଜଣ ୧୩-୧୫ ବର୍ଷ ବୟସର ଇନଷ୍ଟାଗ୍ରାମ୍ ୟୁଜର୍ସ ଏବଂ ପ୍ରାୟ ୧,୫୦,୦୦୦ ଜଣ ଫେସବୁକ୍ ୟୁଜର୍ସ ଅଛନ୍ତି । ଯଦି କୌଣସି ଆକାଉଣ୍ଟକୁ ଭୁଲ୍‌ରେ ଅଣ୍ଡର-୧୬ ଭାବି ବନ୍ଦ କରାଯାଏ, ତେବେ ସେହି ୟୁଜର୍ସ “ଭିଡିଓ ସେଲ୍‌ଫି” ମାଧ୍ୟମରେ କିମ୍ବା ସରକାର ଜାରି କରିଥିବା ଆଇଡି ଦେଖାଇ ବୟସ ଯାଞ୍ଚ କରାଇ ଆକାଉଣ୍ଟ ପୁନଃ ଆକ୍ଟିଭ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *