• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭାଇ ବୋହୂଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ

Byodishri Live

Oct 4, 2026

ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ରେଢ଼ାଖୋଲ ଥାନା ଅନ୍ତର୍ଗତ ଆମ୍ବଝରି ଗ୍ରାମରେ ଭାଇ ବୋହୂଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଦେଢ଼ଶୁରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଶ୍ୱନାଥ ଅଙ୍ଗରିଆ (୪୦)। ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଘରୋଇ ସମସ୍ୟାକୁ ନେଇ ବିଶ୍ୱନାଥ ଓ ତାଙ୍କ ଭାଇ ବୋହୂ ସିପାଞ୍ଜଳି ଅଙ୍ଗରିଆଙ୍କ ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ବିଶ୍ୱନାଥ ଘରେ ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକ ଆଣି ସିପାଞ୍ଜଳିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଘଟଣା ପରେ ଜୀବନ ଭୟରେ ସିପାଞ୍ଜଳି ଅନ୍ୟତ୍ର ଚାଲିଯାଇ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ବିଶ୍ୱନାଥଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ କରିଥିଲା।

ପରେ ପୁଲିସ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *