ଧର୍ମଗଡ଼, କଳାହାଣ୍ଡି (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲାର ଘଣ୍ଟିଗୁଡ଼ା, ଖଳିଗଡ଼ ଓ ଚୋରନିଦୁଆର ଗ୍ରାମରେ ମା’ ଠାକୁରାଣୀଙ୍କ ବାର୍ଷିକ ଦଶହରା ଉତ୍ସବ ଅବସରରେ ଭକ୍ତିମୟ ପରିବେଶରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ମୋଟେର ମଣ୍ଡଳ ପ୍ରଭାରୀ ଅର୍ଜୁନ ଭାଟି ଓ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରାଙ୍କ ସମେତ ସ୍ଥାନୀୟ ସରପଞ୍ଚ, ଜନପ୍ରତିନିଧି ଏବଂ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ବିଧାୟକ ଶ୍ରୀ ପାଟ୍ଟଯୋଶୀ ମା’ ଠାକୁରାଣୀଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ଧାର୍ମିକ ଆସ୍ଥା ଓ ପାରମ୍ପରିକ ରୀତିନୀତି ସହ ଉତ୍ସବର ମାହୋଲ ଜମିଥିଲା।
ମା’ ଠାକୁରାଣୀଙ୍କ ଏହି ବାର୍ଷିକ ଦଶହରା ଉତ୍ସବ କେବଳ ଧାର୍ମିକ ଆସ୍ଥା ଓ ବିଶ୍ୱାସର ପ୍ରତୀକ ନୁହେଁ, ବରଂ ଅଞ୍ଚଳର ପରମ୍ପରା, ଐତିହ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ସହ ସାମାଜିକ ଏକତା ଓ ଭାଇଚାରାକୁ ସୁଦୃଢ଼ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।
