କଟକ (ଓଡ଼ିଶ୍ରୀ ସମ୍ବାଦ): କଟକ ସିଡିଏ ଫେଜ୍-୨ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସେକ୍ଟର-୧୩ କାଠଯୋଡ଼ି ନଦୀକୂଳ ବସ୍ତିର ଏକ ପରିତ୍ୟକ୍ତ କୁଡ଼ିଆ ଘର ଭିତରୁ ମହିଳାଙ୍କ ମୃତଦେହ ଠାବ ହୋଇଛି।
ମୃତା ମହିଳାଙ୍କ ନାମ ଫୁଲ କହର ବୋଲି ଜଣାପଡ଼ିଛି। ସେ ଦିନମଜୁରିଆ ଭାବେ କାମ କରୁଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ଏବଂ କିଏ ତାଙ୍କୁ ହତ୍ୟା କରିଛି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।
ଘଟଣାର ଖବର ପାଇ ସିଡିଏ ଫେଜ୍-୨ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ବିଭିନ୍ନ ଦିଗରୁ ନମୁନା ସଂଗ୍ରହ ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ପଛରେ କିଏ ରହିଛି ଏବଂ ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ପୋଲିସ ତଦନ୍ତ ଜାରି ରହିଛି।
