• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମାଲକାନଗିରି DWEO ଏ. ଶ୍ରୀନିବାସ ଆଚାର୍ଯ୍ୟଙ୍କ କନ୍ଧମାଳକୁ ବଦଳି

Byodishri Live

Nov 4, 2026

ରାଜ୍ୟରେ DWО ସ୍ତରରେ ବଡ଼ ଧରଣର ଅଦଳବଦଳ; ପାଳକ ରବୀନ୍ଦ୍ର ହେଲେ ମାଲକାନଗିରିର ନୂତନ ଜିଲ୍ଲା ମଙ୍ଗଳ ଅଧିକାରୀ

ମାଲକାନଗିରି (ଓଡ଼ିଶ୍ରୀ ସମ୍ବାଦ): ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରୀ (DWO) ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସ୍ତରରେ ବଡ଼ ଧରଣର ବଦଳି ଓ ନୂତନ ନିଯୁକ୍ତି କରାଯାଇଛି। ଏନେଇ ବିଭାଗ ପକ୍ଷରୁ ୨ ନଭେମ୍ବର ୨୦୨୬ରେ ବିଜ୍ଞପ୍ତି ନମ୍ବର ୨୫୧୭୮ ଜାରି କରାଯାଇଛି।

ଏହି ବଦଳି ତାଲିକା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରୀ ଏ. ଶ୍ରୀନିବାସ ଆଚାର୍ଯ୍ୟଙ୍କୁ କନ୍ଧମାଳ ଜିଲ୍ଲାର DWO ଭାବେ ବଦଳି କରାଯାଇଛି। ସେହିପରି ନବରଙ୍ଗପୁର ଜିଲ୍ଲାର DWO ପାଳକ ରବୀନ୍ଦ୍ରଙ୍କୁ ମାଲକାନଗିରି ଜିଲ୍ଲାର ନୂତନ DWO ଭାବେ ନିଯୁକ୍ତି ମିଳିଛି।

ବିଭାଗୀୟ ବିଜ୍ଞପ୍ତି ଅନୁସାରେ, ରାୟଗଡ଼ା ITDAର ଅଧିକାରୀ ଚନ୍ଦ୍ରକାନ୍ତ ମାଝୀଙ୍କୁ ଗଜପତି ଜିଲ୍ଲାର DWO ଭାବେ ନିଯୁକ୍ତି ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାର DWO ଗୀତାଂଶୁ ମୋହନ ଦାଶଙ୍କୁ ନବରଙ୍ଗପୁର, OSFDCର AGM ଭରତ ଭୂଷଣ ବିଶ୍ୱାଳଙ୍କୁ ସୁନ୍ଦରଗଡ଼, କଟକ ଜିଲ୍ଲାର DWO ମଧୁସ୍ମିତା ମହାପାତ୍ରଙ୍କୁ ଖୋର୍ଦ୍ଧା ଏବଂ କୋରାପୁଟ ଜିଲ୍ଲାର DWO ସୁନୀଲ କୁମାର ତାଣ୍ଡିଙ୍କୁ ମୟୂରଭଞ୍ଜ ଜିଲ୍ଲାକୁ ବଦଳି କରାଯାଇଛି।

ଅନ୍ୟପକ୍ଷରେ, ଜଗତସିଂହପୁର ଜିଲ୍ଲାର DWO ପବିତ୍ର ମୋହନ ପ୍ରଧାନଙ୍କୁ ବଲାଙ୍ଗିର, ବ୍ରହ୍ମପୁରସ୍ଥିତ RDC କାର୍ଯ୍ୟାଳୟର ଜଏଣ୍ଟ ଡାଇରେକ୍ଟର ଇନ୍‌ଚାର୍ଜ ଅଶୋକ କୁମାର ଶତପଥୀଙ୍କୁ ଗଞ୍ଜାମ, କେନ୍ଦ୍ରାପଡ଼ା ଜିଲ୍ଲାର DWO ଅରବିନ୍ଦ ରାୟଙ୍କୁ କୋରାପୁଟ ଏବଂ ମୟୂରଭଞ୍ଜ ଜିଲ୍ଲାର DWO ଗୁରୁଚରଣ ମଲ୍ଲିକଙ୍କୁ ଜଗତସିଂହପୁର ଜିଲ୍ଲାକୁ ବଦଳି କରାଯାଇଛି।

ସେହିପରି କୁଡୁମୁଲୁଗୁମ୍ମା DDA କାର୍ଯ୍ୟାଳୟର SO କିରଣୀ ନାୟକଙ୍କୁ ଯାଜପୁର ଜିଲ୍ଲାର DWO ଏବଂ ଯାଜପୁର ଜିଲ୍ଲାର DWO ଶରତ ଚନ୍ଦ୍ର ବେହେରାଙ୍କୁ କଳାହାଣ୍ଡି ଜିଲ୍ଲାର DWO ଭାବେ ନିଯୁକ୍ତି ମିଳିଛି। ଟୁମ୍ବା TDAର SO ଚେତନା ସେଠୀଙ୍କୁ ବ୍ରହ୍ମପୁରସ୍ଥିତ RDCଙ୍କ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ଜଏଣ୍ଟ ଡାଇରେକ୍ଟର ଇନ୍‌ଚାର୍ଜ ଭାବେ ବଦଳି କରାଯାଇଛି।

ଏଥିସହ ନବରଙ୍ଗପୁର ITDAର ରାଜୀବ କୁମାର ସାହୁଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ପଦବିକୁ ପଦୋନ୍ନତି ପରେ ସେହି ପଦରେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ମିଳିଛି। ତାଙ୍କ ସମ୍ପର୍କରେ ୨୧ ମେ ୨୦୨୬ରେ ଜାରି ପୂର୍ବତନ ବଦଳି ଆଦେଶକୁ ମଧ୍ୟ ବାତିଲ କରାଯାଇଛି।

ବିଭାଗର ଏହି ବଦଳି ଓ ନିଯୁକ୍ତି ଆଦେଶ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବହୁଳ ଜିଲ୍ଲାଗୁଡ଼ିକରେ ମଙ୍ଗଳ ଓ କଲ୍ୟାଣମୂଳକ କାର୍ଯ୍ୟର ପ୍ରଶାସନିକ ପରିଚାଳନାକୁ ପ୍ରଭାବିତ କରିବ।

Spread the love

Leave a Reply

Your email address will not be published. Required fields are marked *