UPDATE NEWS
ଦ୍ବିତୀୟ ଦିନରେ ମୁଥୁସାମୀ-ଜନସେନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ଏତିକି ରନ୍‌ ପଛରେ ଭାରତ

ଦ୍ବିତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଭାରତୀୟ ଟିମ୍ ବିନା କୌଣସି ୱିକେଟ୍ ହରାଇ ପ୍ରଥମ ପାଳିରେ ୯ ରନ୍ ସଂଗ୍ରହ କରିଛି। ଗୁଆହାଟୀରେ ଖେଳ ଜାରି ଥିବା ଦ୍ବିତୀୟ ଟେଷ୍ଟ ମ୍ୟଚ୍ରେ ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳି ୪୮୯ ରନ୍ରେ ଶେଷ ହୋଇଛି। ଏବେ ଭାରତୀୟ ଟିମ୍ ପ୍ରଥମ ପାଳି ଆଧାରରେ ୪୮୦ ରନ୍ ପଛରେ ଅଛି। ଦ୍ବିତୀୟ ଦିନର ଖେଳ ଦକ୍ଷିଣ ଆଫ୍ରିକା ନାମରେ ରହିଛି।ଅନ୍ତିମ ୪ ୱିକେଟ୍ରେ ୨୪୩ ରନ୍ ସଂଗ୍ରହ କରି ଟିମ୍ ୪୮୯ ରନ୍ର ବିଶାଳ ସ୍କୋରରେ ପହଞ୍ଚି ଥିଲା।

ଦ୍ବିତୀୟ ଦିନରେ ଦକ୍ଷିଣ ଆଫ୍ରିକା ୨୪୭/୬ ରନ୍ରୁ ଆଗକୁ ବଢ଼ିଥିଲା। ସେନୁରନ ମୁଥୁମାସୀ ଓ କାଇଲ ଭେରିୟନ ମିଶି ୮୮ ରନ୍ ସଂଗ୍ରହ କରିଥିଲେ। ଏହା ପରେ ମୁଥୁସାମୀଙ୍କ ସହିତ ମାର୍କୋ ଜନସେନ ମିଶି ୯୭ ରନ୍ର ଭାଗିଦାରୀ କରିଥିଲେ। ଗୋଟିଏ ପଟେ ମୁଥୁସାମୀ ୧୦୯ ରନ୍ ଏବଂ ଜନସେନ ୯୩ ରନ୍ ବ୍ୟକ୍ତିଗତ ରନ୍ କରିଥିଲେ। ଦ୍ବିତୀୟ ଦିନରେ ଆଫ୍ରିକା ୨୪୨ ରନ୍ ସଂଗ୍ରହ କରିଥିଲା।ଭାରତୀୟ ବୋଲରଙ୍କ ଉପରେ ଜନସେନ ଆଧିପତ୍ୟ ବିସ୍ତାର କରିଥିଲେ। ସେ ୯୩ ରନ୍ର ବଡ଼ ସ୍କୋର କରିଥିଲେ। କିନ୍ତୁ ସେ ଏହି ପାଳି ୧୦୨ ଷ୍ଟ୍ରାଇକ୍ ରେଟ୍ରେ ଖେଳିଥିଲେ। ଏହି ପାଳିରେ ସେ ୬ଟି ଚୌକା ଓ ୭ଟି ଛକା ମାରିଥିଲେ। ଅନ୍ୟପଟରେ ଭାରତୀୟ ବୋଲରମାନେ ବିଫଳ ପ୍ରମାଣିତ ହୋଇଥିଲେ। କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ୧୦୦ରୁ ମଧ୍ୟ ଅଧିକ ରନ୍ ଦେଇଥିଲେ। ସର୍ବାଧିକ ୱିକେଟ୍ କୁଲଦୀପ ଯାଦବ ନେଇଥିଲେ, ଯିଏ କି ଦକ୍ଷିଣ ଆଫ୍ରିକାର ୪ଜଣ ଖେଳାଳିଙ୍କୁ ପାଭିଲିଅନ ପଠାଇଥିଲେ। ଜସପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା ଓ ମହମ୍ମଦ ସିରାଜ ୨-୨ ୱିକେଟ୍ ନେଇଥିଲେ।

ଭାଙ୍ଗିଲା G-20 ସମ୍ମିଳନୀର ପରମ୍ପରା, ଦକ୍ଷିଣ ଆଫ୍ରିକାରୁ ଟ୍ରମ୍ପକୁ କଡ଼ା ବାର୍ତ୍ତା

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ଅଂଶଗ୍ରହଣକାରୀ ଦେଶମାନେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ଐତିହାସିକ ଘୋଷଣାନାମା ଗ୍ରହଣ କରିଛନ୍ତି। ଆମେରିକାର ବିରୋଧ ଏବଂ ବୟକଟ ସତ୍ତ୍ୱେ G20 ଗୋଷ୍ଠୀ ଏହି ଘୋଷଣାନାମା ଉପରେ ସର୍ବସମ୍ମତି କ୍ରମେ ସହମତ ହୋଇଥିଲେ। G20 ଗୋଷ୍ଠୀର ଏହି ପଦକ୍ଷେପକୁ ପରମ୍ପରାରୁ ବିମୁଖତା ଭାବରେ ବର୍ଣ୍ଣନା କରାଯାଉଛି, କାରଣ G20 ରେ ଅଂଶଗ୍ରହଣକାରୀ ବିଶ୍ୱ ନେତାମାନେ ଆମେରିକାର ଅନୁପସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ମିଳିତ ଘୋଷଣାନାମା ପାସ କରିଥିଲେ।ଆୟୋଜକ ଦକ୍ଷିଣ ଆଫ୍ରିକା ସହିତ କୂଟନୈତିକ ମତଭେଦକୁ ଉଲ୍ଲେଖ କରି ଆମେରିକା ଜୋହାନ୍ସବର୍ଗରେ G20 ସମ୍ମିଳନୀକୁ ବୟକଟ କରିଥିଲା। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା କହିଛନ୍ତି ଯେ ଆମେରିକା ମିଳିତ ଘୋଷଣାନାମାର ଶବ୍ଦାବଳୀ ଉପରେ ଆପତ୍ତି କରିଛି। ତଥାପି, ସେ ଜୋର ଦେଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଉପରେ ଘୋଷଣାନାମା ପୁନଃ ଆଲୋଚନା କରାଯାଇପାରିବ ନାହିଁ। ରାଷ୍ଟ୍ରପତି ରାମାଫୋସାଙ୍କ ବିବୃତ୍ତି ୱାଶିଂଟନ ଏବଂ ପ୍ରିଟୋରିଆ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଉଜ୍ଜ୍ୱଳ କରିଥାଏ।
ଶିଖର ସମ୍ମିଳନୀରେ ତାଙ୍କ ଭାଷଣରେ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ମିଳିତ ଘୋଷଣାନାମା ପାଇଁ ବ୍ୟାପକ ସହମତିକୁ ସ୍ବୀକାର କରି କହିଛନ୍ତି, ‘ଆମେ ଏହି ଶିଖରନାମାର ଆରମ୍ଭରେ ଘୋଷଣାନାମା ଗ୍ରହଣ କରିବା ଉଚିତ।’ ରାମାଫୋସାଙ୍କ ମୁଖପାତ୍ର ଭିନସେଣ୍ଟ ମ୍ୟାଗୱେନିଆ କହିଛନ୍ତି ଯେ ଶିଖର ସମ୍ମିଳନୀ କାର୍ଯ୍ୟ ଆରମ୍ଭରେ ଏହି ଘୋଷଣାପତ୍ରକୁ ଅସାଧାରଣ ଭାବରେ ଗ୍ରହଣ କରାଯାଇଥିଲା ଏବଂ ଏହାକୁ ମିଳିଥିବା ପ୍ରଚୁର ସମର୍ଥନ ଯୋଗୁ ଏହି ପଦକ୍ଷେପ ନିଆଯାଇଛି।
ଏକ ଘରୋଇ ଏଜେନ୍ସି ଅନୁଯାୟୀ, ମାଗୱେନିଆ କହିଛନ୍ତି ଯେ ସାଧାରଣତଃ ଆଲୋଚନା ଶେଷରେ ଘୋଷଣାପତ୍ର ଗ୍ରହଣ କରାଯାଏ, କିନ୍ତୁ ଆମେ ଅନୁଭବ କଲୁ ଯେ ଶିଖର ଘୋଷଣାପତ୍ରକୁ ପୂର୍ବରୁ ଗ୍ରହଣ କରିବା ପାଇଁ ଆମକୁ ପଦକ୍ଷେପ ନେବା ଉଚିତ।
ଦକ୍ଷିଣ ଆଫ୍ରିକାର ଅଧିକାରୀମାନେ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଅନୁପସ୍ଥିତିରେ G20 ନେତାଙ୍କ ଘୋଷଣାପତ୍ର ଗ୍ରହଣ ନକରିବା ପାଇଁ ପ୍ରିଟୋରିଆ ଉପରେ ଚାପ ପକାଇଥିଲେ। ମୁଖପାତ୍ର ଭିନସେଣ୍ଟ ମ୍ୟାଗୱେନିଆ କହିଛନ୍ତି, ‘ଆମେ ଏହି ଘୋଷଣାପତ୍ର ଗ୍ରହଣ କରିବା ପାଇଁ ସାରା ବର୍ଷ କାମ କରିଛୁ, ଏବଂ ଗତ ସପ୍ତାହଟି ବହୁତ ତୀବ୍ର ଥିଲା।’

କ୍ରିକେଟ୍ ଖେଳରେ ନୂଆ ଇତିହାସ

ଆଶେସ ସିରିଜ—ଟେଷ୍ଟ କ୍ରିକେଟର ସବୁଠାରୁ ଐତିହାସିକ ଓ ପ୍ରତିଷ୍ଠିତ ସିରିଜ। ଏଥର ସିରିଜ କେନ୍ଦ୍ର ଅଷ୍ଟ୍ରେଲିଆ, ଯେଉଁଠି ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯାଉଛି। ଦୁଇଦଳର ଦ୍ରୁତ ବୋଲରମାନେ ଏହି ମ୍ୟାଚରେ ପ୍ରମୁଖ ଭୂମିକା ନିଭାଉଛନ୍ତି।


148 ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମେ!

ମ୍ୟାଚର ଦ୍ୱିତୀୟ ଦିନରେ ଏମିତି ଏକ ଘଟଣା ଘଟିଛି, ଯାହା କେବେ 148 ବର୍ଷରେ ହୋଇନଥିଲା।
ଏହି ଦୁର୍ଲଭ କୃତିତ୍ୱ ଦାବି କରିଛନ୍ତି—

  • ଅଷ୍ଟ୍ରେଲିୟ ଦ୍ରୁତ ବୋଲର: ମିଚେଲ ଷ୍ଟାର୍କ
  • ଇଂଲିଶ ଦ୍ରୁତ ବୋଲର: ଜୋଫ୍ରା ଆର୍ଚର

ଦୁଇଦିନ୍କର ପ୍ରଥମ ଓଭରରେ ଦୁଇ ଓପନର୍‌ଙ୍କୁ “ସୁନ୍ୟରେ” ଆଉଟ କରିବାର କୃତିତ୍ୱ ଏଇ ପ୍ରଥମେ ଦେଖାଯାଇଛି।


ମ୍ୟାଚ୍ ସ୍ଥିତି: ଭୟଙ୍କର ଆରମ୍ଭ

🔹 ଇଂଲଣ୍ଡର ଖରାପ ଆରମ୍ଭ

ମ୍ୟାଚ ଇଂଲଣ୍ଡର ବ୍ୟାଟିଂ ସହିତ ଆରମ୍ଭ ହେଲା।
ପ୍ରଥମ ଓଭରରେ—

  • ମିଚେଲ ଷ୍ଟାର୍କ
    → ଜ୍ୟାକ କ୍ରାଉଲିଙ୍କୁ 0 ରନରେ ଆଉଟ କଲେ।
    → ଇଂଲଣ୍ଡ 0/1

🔹 ଅଷ୍ଟ୍ରେଲିଆର ସମାନ ପରିଣତି

ଇଂଲଣ୍ଡର ପ୍ରତିଶୋଧ ପ୍ରଥମ ଓଭରରେ ମିଳିଗଲା।

  • ଜୋଫ୍ରା ଆର୍ଚର
    → ଅଷ୍ଟ୍ରେଲିୟ ଓପନର୍‌ ଜେକ ୱେଦରାଲ୍ଡଙ୍କୁ 0 ରନରେ ଆଉଟ କଲେ।
    → ଅଷ୍ଟ୍ରେଲିଆ 0/1

ଟେଷ୍ଟ କ୍ରିକେଟରେ ଦୁଇ ପକ୍ଷରୁ ଏଭଳି ଆରମ୍ଭ — ପୂରାପୁରି ଐତିହାସିକ!

ଏକେ ମ୍ୟାଚରେ, ଏକେ ଦିନରେ, ଏକେ ସମୟରେ—
ଦୁଇଦଳ ତାଙ୍କର ପ୍ରଥମ ଓପନର୍‌କୁ ସୁନ୍ୟରେ ହରାଇଥିବା ଦୃଶ୍ୟ ଟେଷ୍ଟ କ୍ରିକେଟରେ ପୂର୍ବେ କେବେ ହୋଇନଥିଲା।

ଏବେ ଦେଖିବାକୁ ଥାଏ, ଏହି ମ୍ୟାଚ କେହିଁକୁ ନୂଆ ଦିଗରେ ନେବ?

ମଦ୍ୟପାନ ଛାଡିଦେଲେ ଶରୀରରେ ହୁଏ ବଡ଼ ପରିବର୍ତ୍ତନ! କେବଳ 21 ଦିନରେ ମିଳେ ଚମତ୍କାରି ସଫଳତା

ନିୟମିତ ମଦ୍ୟପାନ ଶରୀର ଉପରେ ଗଭୀର କ୍ଷତି ସୃଷ୍ଟି କରେ। କିନ୍ତୁ ଯଦି ଆପଣ କେବଳ 21 ଦିନ ପାଇଁ ମଦ୍ୟପାନ ବନ୍ଦ କରିଦିଅନ୍ତି, ଶରୀରରେ ଘଟେ ବିପୁଳ ସକାରାତ୍ମକ ପରିବର୍ତ୍ତନ। ଏହା କେମିତି ହୁଏ? ଆସନ୍ତୁ ଜାଣିବା…


1️⃣ ଲିଭର ସୁସ୍ଥ ହୁଏ

ନିରନ୍ତର ମଦ୍ୟପାନର ସବୁଠାରୁ ବେଶୀ ପ୍ରଭାବ ଲିଭର ଉପରେ ପଡ଼େ।
ମଦ୍ୟପାନ ବନ୍ଦ କରିବା ପରେ 21 ଦିନରେ —

  • ଲିଭରରେ ଜମିଥିବା ଚର୍ବି କମିବା ଆରମ୍ଭ
  • ପ୍ରଦାହ ହ୍ରାସ
  • କୋଷଗୁଡ଼ିକର ମରାମତି ଚାଲୁ
    ଲିଭର ନିଜକୁ ପୁନଃସ୍ଥାପନ କରିବାର ସମୟ ପାଏ।

2️⃣ ଓଜନ ଦ୍ରୁତ ହ୍ରାସ

ମଦ୍ୟପାନର ଖାଲି କ୍ୟାଲୋରୀ ଓଜନ ବୃଦ୍ଧିର ମୁଖ୍ୟ ହେତୁ।
ମଦ୍ୟପାନ ଛାଡ଼ିଦେଲେ —

  • କ୍ୟାଲୋରୀ ଆହାର ହ୍ରାସ
  • ପେଟ ଚର୍ବି ପୋଡ଼ିବା ଆରମ୍ଭ
  • ମେଟାବୋଲିଜମ୍ ତୀବ୍ର ହୁଏ
    ଏହିକାରଣରେ ଅନେକେ 3 ସପ୍ତାହରେ ଦୃଶ୍ୟମାନ ଓଜନ ହ୍ରାସ ଦେଖନ୍ତି।

3️⃣ ନିଦ୍ରାର ଗୁଣବତ୍ତା ବଢ଼େ

ଲୋକମାନେ ଭାବନ୍ତି ମଦ୍ୟପାନ ନିଦ ଆଣେ, କିନ୍ତୁ ସେହି ନିଦ ଗଭୀର ହୁଏନି।
21 ଦିନର ଅଲକୋହଲ୍-ଫ୍ରୀ ଜୀବନ —

  • ଗଭୀର ନିଦ
  • ମଧ୍ୟରାତିରେ ଉଠିଯିବା ହ୍ରାସ
  • ଶରୀର ପୁନରୁଜ୍ଜୀବନ ଶକ୍ତି ବଢ଼େ

4️⃣ ମସ୍ତିଷ୍କ ଶକ୍ତି ବୃଦ୍ଧି

ମଦ୍ୟପାନ ଧ୍ୟାନ, ସ୍ମୃତି, ଚିନ୍ତା-ସମର୍ଥ୍ୟକୁ ଦୁର୍ବଳ କରେ।
ମଦ୍ୟପାନ ବନ୍ଦ କଲେ —

  • ଧ୍ୟାନ କ୍ଷମତା ବଢ଼େ
  • ସ୍ମୃତି ଉନ୍ନତ
  • ମାନସିକ ସ୍ପଷ୍ଟତା ଫେରିଆସେ
  • ମସ୍ତିଷ୍କ ଅଧିକ ସକ୍ରିୟ

5️⃣ ଶରୀର ହୁଏ ହାଲୁକା, ଶକ୍ତି ବଢ଼େ

21 ଦିନ ମଦ୍ୟପାନ ଛାଡ଼ିବାର ପରେ —

  • ଥକାପଣ କମିଯାଏ
  • ଦିନ ଭରି ଏନର୍ଜି ଲେଭେଲ୍ ବଢ଼େ
  • କାମ କରିବାର କ୍ଷମତା ବୃଦ୍ଧି
  • ସହନଶୀଳତା ଉନ୍ନତ

⚠️ ଯଦି ହଠାତ୍ ମଦ୍ୟପାନ ଛାଡ଼ାଯାଏ, କିଛି ଅସୁବିଧା ହୋଇପାରେ

ନିୟମିତ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକଙ୍କ ପାଖରେ ନିମ୍ନଲିଖିତ ସମସ୍ୟା ଦେଖାଯାଇପାରେ—

🔹 ମୁଣ୍ଡବିନ୍ଧା

ଶରୀର ନୂଆ ଅବସ୍ଥାରେ ଅନୁକୂଳ ହେବାରେ ସମୟ ନେଇଥାଏ।

🔹 ରକ୍ତଚାପ ବଢ଼ିବା

ଅଲକୋହଲ୍ ଡିପେଣ୍ଡେନ୍ସ ଥିଲେ କିଛି ଦିନ ପର୍ଯ୍ୟନ୍ତ ଚାପ ବଢ଼ିପାରେ।

🔹 ପେଟ ଖରାପ

ବାନ୍ତି, ଚକ୍କର, ପେଟର ଅସୁବିଧା ହୋଇପାରେ — ଯାହା ସାଧାରଣତଃ ଅସ୍ଥାୟୀ।


👉 ନିଷ୍କର୍ଷ

କେବଳ 21 ଦିନରେ ମଦ୍ୟପାନ ଛାଡ଼ିବା ଶରୀର, ମନ ଏବଂ ଜୀବନରେ ବିପୁଳ ପରିବର୍ତ୍ତନ ଆଣିପାରେ। ସୁସ୍ଥ ଲିଭର, ଭଲ ନିଦ, ଦ୍ରୁତ ଓଜନ ହ୍ରାସ ଓ ଶକ୍ତିର ବୃଦ୍ଧି—ଏହାର କେବଳ କିଛି ଲାଭ।

ଇମୋସନାଲ ପୋଷ୍ଟ ହେଲା କାଳ, ୮ ମହିଳାଙ୍କୁ ହତ୍ୟା…ପଢ଼ନ୍ତୁ ଟ୍ୱିଟର କିଲରର କାହାଣୀ

ଜାପାନର ଏହି ହତ୍ୟାକାରୀକୁ ଟ୍ୱିଟର କିଲର୍ କୁହାଯାଏ । ଏହି ହତ୍ୟାକାରୀର ଅସଲ ନାଁ ତାକାହିରୋ ସିରାଇସି । ଯେଉଁ ପୋଷ୍ଟ ଜରିଆରେ ମହିଳାମାନେ ସାହାଯ୍ୟର ଆଶା କରୁଥିଲେ ତାହାହିଁ ହେଲା ତାଙ୍କ ହତ୍ୟାର କାରଣ । କେବଳ ଏତିକି ନୁହେଁ ହତ୍ୟା ପରେ ସେମାନଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିଲା ହତ୍ୟାକାରୀ ।

ଏହି ହତ୍ୟା ସବୁ ୨୦୧୭ରେ କରାଯାଇଥିଲା । ୨୦୨୦ରେ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ୨୭ଜୁନ ୨୦୨୫ରେ ତାକାହିରୋ ସିରାଇସିକୁ ଫାଶୀରେ ଝୁଲାଇ ଦିଆଯାଇଥିଲା । ଜାପାନର ନ୍ୟାୟ ମନ୍ତ୍ରାଳୟ ଏହି ସୂଚନା ଦେଇଥଲା ।

୨୦୨୨ ପରେ ଜାପାନରେ ପ୍ରଥମ ଥର କାହାକୁ ଫାଶୀ ଦିଆଯାଇଥିଲା । ସିରାଇସିକୁ ଟୋକିୟୋର ଡିଣ୍ଟେସନ ହାଉସରେ କଡ଼ା ସୁରକ୍ଷା ଓ ଗୁପ୍ତ ଭାବରେ ଫାଶୀ ଦିଆଯାଇଥିଲା ।

ଟୋକିୟୋର ଏକ ଆପାର୍ଟମେଣ୍ଟରୁ ପୋଲିସକୁ ଏକାସଙ୍ଗେ ୯ଟି ମୃତଦେହର ଅବଶେଷ ମିଳିଥିଲା । ଏହି ଘଟଣା ସାମନାକୁ ଆସିବା ପରେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଯେଉଁ ଆପାର୍ଟମେଣ୍ଟରୁ ମୃତଦେହ ଜବତ ହୋଇଥିଲା ସିରାଇସି ସେଠାରେ ରହୁଥିଲା ।

୮ ମହିଳା ଓ ଜଣେ ପୁରୁଷର ମୃତଦେହକୁ ଛୋଟ ଛୋଟ ଖଣ୍ଡରେ କାଟି ଗୋଟିଏ କୋଲ୍ଡ ଷ୍ଟୋରେଜ କଣ୍ଟେନରରେ ରଖାଯାଇଥିଲା । ତଦନ୍ତରୁ ଜଣାପଡିଥିଲା ପ୍ରାୟ ସମସ୍ତ ମହିଳା ସୋସିଆଲ ମିଡିଆରେ ସୁସାଇଡଲ ପୋଷ୍ଟ ଲେଖିଥିଲେ । ସିରାଇସି ଟ୍ୱିଟର ଜରିଆରେ ସେମାନଙ୍କୁ ଯୋଗାଯୋଗ କରିଥିଲା ।

ସାହାଯ୍ୟ କରିବା ବାହାନାରେ ସେମାନଙ୍କ ସହ ସଂପର୍କ ବଢାଇଥିଲା ହତ୍ୟାକାରୀ । ସିରାଇସି ପିଡୀତାଙ୍କୁ କହିଥିଲା ସେ ତାଙ୍କ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ । ଏହାପରେ ୮ଜଣ ମହିଳାଙ୍କ ସହ ଦୁଷ୍କର୍ମ କରି ସେମାନଙ୍କୁ ହତ୍ୟା କରିଥିଲା ।

ଜଣେ ମହିଳାଙ୍କ ପ୍ରେମିକଙ୍କୁ ସିରାଇସି ବିଷୟରେ ଜଣାପଡିଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ଟ୍ୱିଟର କିଲର ପ୍ରେମିକକୁ ହତ୍ୟା କରିଥିଲା ।

ଜାପାନରେ ଏବେବି ମୃତ୍ୟୁଦଣ୍ଡ ଦିଆଯାଉଛି । ସାଧାରଣତଃ ମୃତ୍ୟୁଦଣ୍ଡ ପାଇଁ କଏଦୀକୁ ଫାଶୀ ଖୁଣ୍ଟରେ ଝୁଲାଇଦିଆଯାଏ । ଏହାକୁ ଗୁପ୍ତ ଭାବରେ କରାଯାଏ । ଫାଶୀ ପୂର୍ବରୁ ଏନେଇ ସାଧାରଣ ଲୋକଙ୍କୁ ସୂଚନା ଦିଆଯାଏନି । ଏମିତିକି କଏଦୀଙ୍କୁ ବି କୁହାଯାଏନି ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ।

ହ୍ୟୁମାନ ସାଗର ମୃତ୍ୟୁ: ରହସ୍ୟ ଘେରା କଣ୍ଠଶିଳ୍ପୀଙ୍କ ଅକାଳ ଦେହାନ୍ତକୁ ନେଇ ପ୍ରଶ୍ନର ପ୍ରବଳତା

ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ମୃତ୍ୟୁ ନେଇ ଚର୍ଚ୍ଚା ଓ ସନ୍ଦେହ ବଢ଼ି ଚାଲିଛି। ଦେହ ଖରାପ ହେଉଥିବା ସତ୍ତେ ସେ କାହିଁକି ଲଗାତାର ଷ୍ଟେଜ୍ ଶୋ କରୁଥିଲେ? କାହିଁକି ଡାକ୍ତରିଯୋଗ ନ ମିଳିବା ସହ ଅବହେଳା ହେଉଥିଲା? ପଇସା ପାଇଁ ଜୋରଜବରଦସ୍ତି କରାଯାଉଥିଲା କି?—ଏହି ପ୍ରଶ୍ନଗୁଡ଼ିକ ଭକ୍ତମାନଙ୍କ ମଧ୍ୟରେ ଗଭୀର ଚିନ୍ତା ଜନ୍ମାଇଛି।

ମା’ଙ୍କ ଅଭିଯୋଗ: ମ୍ୟାନେଜରଙ୍କ ବିରୋଧରେ ଏତଲା

ହ୍ୟୁମାନଙ୍କ ମା’ ଶେଫାଳୀ ସାଗର ତାଙ୍କ ଦୁଇ ମ୍ୟାନେଜର—ଦିନେଶ ଓ ପ୍ରଶାନ୍ତ ବେହେରାଙ୍କ ଉପରେ ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ କଥାଅନୁଯାୟୀ,

  • ହ୍ୟୁମାନଙ୍କୁ ଧମକ ଦେଇ ଷ୍ଟେଜ୍ ଶୋ କରାଯାଉଥିଲା,
  • ସେ ଅସୁସ୍ଥ ଥାଇଥିବା ସତ୍ତେ ଯଥୋଚିତ ଚିକିତ୍ସା ନ ମିଳିଥିଲା,
  • ଏହି ସବୁକୁ ଆଧାର କରି ସେ ଦୁଇଜଣଙ୍କ ନାଁରେ ବଲାଙ୍ଗିର ଟାଉନ୍ ଥାନାରେ ଏତଲା ଦାୟର ହୋଇଛି।

ବିଭିନ୍ନ ସଂଗଠନମାନେ ମଧ୍ୟ ଷଡଯନ୍ତ୍ରର ସନ୍ଦେହ ବ୍ୟକ୍ତ କରି ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। ସେମାନଙ୍କ ଦାବି — “ପୋଲିସ ସମଗ୍ର ଘଟଣାର ତଦନ୍ତ କରି ରହସ୍ୟ ଉଦ୍ଘାଟନ କରିବା ଉଚିତ।”

ଭାଇରାଲ ଭିଡ଼ିଓ: ପ୍ରତିକ୍ରିୟାର ଝଡ଼

ହ୍ୟୁମାନଙ୍କ ମୃତ୍ୟୁ ପରେ କିଛି ସମୟରେ ମ୍ୟାନେଜର ଦିନେଶ ତାଙ୍କ ମାଁଙ୍କ ସହ ଦୁର୍ବ୍ୟବହାର କରୁଥିବା ଏକ ଭିଡ଼ିଓ ଭାଇରାଲ ହୋଇଛି।
ସେଥିରେ ସେ ଅଶ୍ରାବ୍ୟ ଶବ୍ଦବ୍ୟବହାର ସହ ଧମକ୍ ଦେଉଥିବା ଦେଖିବାକୁ ମିଳିଛି।
ଘଟଣାଟିକୁ ନେଇ ସାଧାରଣ ଲୋକ ଏବଂ ବିଭିନ୍ନ ସଂଗଠନ ତୀବ୍ର ପ୍ରତିବାଦ କରିଛନ୍ତି।

ଗିରଫ ଦାବି

ଏହି ସମସ୍ତ ଘଟଣାକୁ ଆଧାର କରି ପ୍ରଶାନ୍ତ ବେହେରାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମଧ୍ୟ ଦାବି ଉଠିଛି।

ସୋସିଆଲ ମିଡ଼ିଆ ରେ ଭୋ ଭୋ ହୋଇ କାନ୍ଦିଲେ ଲିଜା

-ଆଖି ଛଳ ଛଳ କରି ବାହୁନି ବାହୁନି କାନ୍ଦିଲେ ଲିଜା
-କାନ୍ଦି କାନ୍ଦି କହିଲେ ମୋ ଜୀବନ ପତି ବିପଦ ଅଛି
-କାନ୍ଦିଲେ କହିଲେ ମେଡ଼ିଆ ଭାଇ ମାନେ ମତେ କଲ କରନି ||

ହଁ ଦର୍ଶକ ବନ୍ଧୁ ଗତ କାଲି human ସାଗର ଟିମରେ ଆଙ୍କର ଭାବେ କାମ କରୁଥିବା ଲିଜା ଏବେ ସାମନାକୁ ଆସି ମ୍ୟାନେଜରଙ୍କ ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି, ସ୍ୱାର୍ଥ ପାଇଁ ହ୍ୟୁମାନ ସାଗରଙ୍କୁ ମାରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ହ୍ୟୁମାନଙ୍କ ସାଙ୍ଗରେ ଅନ୍ୟ ଟିମ୍ ସଦସ୍ୟମାନଙ୍କୁ କଥା କରାଇ ଦେଉନଥିଲେ ମ୍ୟାନେଜର୍ ।ହ୍ୟୁମାନଙ୍କ ସହ କେବଳ ପରମାନେଣ୍ଟ ସିଙ୍ଗରମାନଙ୍କୁ କଥା ହେବାକୁ ସୁଯୋଗ ଦେଉନଥିଲେ ମ୍ୟାନେଜର୍ । ଯେଉଁଠି ପ୍ରୋଗ୍ରାମ ହୁଏ, ଗ୍ରୀନ ରୁମରେ ହ୍ୟୁମାନଙ୍କ ପାଖରେ ଆଉ କେବଳ ଗୋଟିଏ ଚେୟାର ପଡିଥାଏ । ବରଗଡ଼ ଷ୍ଟେଜରେ ଲିଜା ଗୋଟିଏ ମିମିକ୍ରି କରିଥିଲେ ବୋଲି କହିଛନ୍ତି । ସେହି ମିମିକ୍ରି ପରେ ଭଲ ହୋଇଛି ବୋଲି କହି ନିଜେ ହ୍ୟୁମାନ ଆସି ହାଣ୍ଡଶେକ୍ କଲେ, କାମ ବହୁତ ବଢ଼ିଆ ଲାଗିଲା ବୋଲି କହିଲେ । ତା ପରେ କଣ ଚକ୍ରାନ୍ତ ହେଲା, ତା ପରେ ମୁଁ ଆଉ ଟିମରେ ନାହିଁ ବୋଲି ଜାଣିଥିଲେ ଲିଜା ।

ମ୍ୟାନେଜର ଲିଜାଙ୍କୁ ପରେ ଏହା ଜଣାଇଥିଲେ । ଏହା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ଟିମ୍ ହ୍ୟୁମାନ ସାଗରଙ୍କୁ କବ୍ଜା କରି ରଖିଥିଲେ ବୋଲି କହିଛନ୍ତି ଲିଜା। ଏହା ପରେ ଲିଜା ସେ ଟିମରୁ ଦୂରେଇ ଯାଇଥିଲେ । କିନ୍ତୁ ଏବେ ଯେତେବେଳେ ମ୍ୟାନେଜର ଜଣକ ହ୍ୟୁମାନ ସାଗରଙ୍କ ମାଆଙ୍କୁ ଗାଳି ଦେଉଥିବାର ଲିଜା ଦେଖିଲେ, ତାଙ୍କ ରକ୍ତ ଗରମ୍ ହୋଇଗଲା ସେ କହିଛନ୍ତି । ମ୍ୟାନେଜର ପାଖରେ ମାନବିକତା ବୋଲି କିଛି ନାହିଁ । ନିଜର ସ୍ୱାର୍ଥ ପାଇଁ human ସାଗର ଙ୍କୁ ବ୍ୟବହାର କରି କରି ମାରିଦେଲ ବୋଲି ଅଭିଯୋଗ କରିଥିଲେ ଲିଜା । ଅଭିଯୋଗ ପରେ ହଟାତ ଆଜିର ଆସି ନିଜ ଜୀବନ ପ୍ରତି ବିପଦ ଥିବା କଥା କାନ୍ଦି କାନ୍ଦି କହିବା ସହ ତାଙ୍କ ଉପରେ ଚାପ ପକଉଥିବା କଥା ମଧ୍ୟ କହିଛନ୍ତି, ତେବେ ଏଠି ପ୍ରଶ୍ନ ଉଠୁଛି ଲିଜା କୁ କିଏ ମିଡ଼ିଆ ରେ ମୁହଁ ନ ଖୁଲିବାକୁ ଦେଉଛନ୍ତି ଧମକ, ପୁଳା ପୁଳା ଅଭିଯୋଗ human ସାଗର ଙ୍କ manger ଙ୍କ ନା ରେ କିନ୍ତୁ ଏ ଯାଏଁ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି

ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ୪ ଡିସେମ୍ବରରୁ ବନ୍ଦ ! ଘୋଷଣା କଲା ମେଟା

ଆଜିର ଦିନରେ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ । ନିଜର ପ୍ରତିଦିନର ଅପଡେଟ ଅନ୍ୟଙ୍କୁ ଦେବା ସହ ବନ୍ଧୁତା ପ୍ରେମ ସବୁକିଛି ସୋସିଆଲ ମିଡିଆରେ କରୁଛନ୍ତି । ଏହା ସହ ସୋସିଆଲ ମିଡିଆରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ବି ମିଳୁଛି । ସୋସିଆଲ ମିଡିଆ ବିନା ବଞ୍ଚିବା ଆଜିର ସମୟରେ କାହା ପାଇଁ ବି ସମ୍ଭବ ହୋଇନପାରେ । କିନ୍ତୁ ଯଦି ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ କରିଦିଆଯାଏ ତେବେ କଣ କରିବେ ?ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କର ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ୪ ଡିସେମ୍ବରରୁ ହଟାଇ ଦିଆଯିବ। ଏହି ଦୁଇ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ ମେଟା ଗୁରୁବାର (୨୦ ନଭେମ୍ବର) ଏହା ଘୋଷଣା କରିଛି। ଯେତେବେଳେ ଅଷ୍ଟ୍ରେଲିଆ ସରକାର ଶିଶୁମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ନୂଆ ଆଇନକୁ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଠିକ୍ ସେହି ସମୟରେ ଏହି ନିଷ୍ପତ୍ତି ନିଆଯାଇଛି।

୧୦ ଡିସେମ୍ବରରୁ ଅଷ୍ଟ୍ରେଲିଆରେ ଫେସବୁକ୍, ଇନଷ୍ଟାଗ୍ରାମ୍, ଟିକଟକ୍ ଆଇନ ଅନୁଯାୟୀ ୧୬ ବର୍ଷରୁ କମ୍ ବୟସର ସମସ୍ତ ୟୁଜର୍ସଙ୍କୁ ହଟାଇବାକୁ ବାଧ୍ୟତାମୂଳକ ହେବ। କମ୍ପାନୀଗୁଡିକ ନିଜେ ଏହି ୟୁଜର୍ସଙ୍କୁ ନିଜ ପ୍ଲାଟଫର୍ମରୁ ହଟାଇବେ ନହେଲେ ବହୁତ ବଡ଼ ଜୋରିମାନା ଦେବାକୁ ପଡ଼ିବ। ମେଟା କହିଛି ଯେ, ବ୍ୟାନ ଲାଗୁ ହେବା ପୂର୍ବରୁ ସେ କିଶୋରମାନଙ୍କୁ ନିଜ ପ୍ଲାଟଫର୍ମରୁ ହଟାଇବା ଆରମ୍ଭ କରିଦେବ। ମେଟାର ବୟାନରେ କୁହାଯାଇଛି,“ ଅଷ୍ଟ୍ରେଲିଆର ୧୩-୧୫ ବର୍ଷ ବୟସର ଅଷ୍ଟ୍ରେଲିଆନ୍ ୟୁଜର୍ସଙ୍କୁ ସେମାନଙ୍କ ଇନଷ୍ଟାଗ୍ରାମ୍, ଥ୍ରେଡ୍ସ ଓ ଫେସବୁକ୍‌ର ଆକ୍ସେସ୍ ହରାଇବେ। ୪ ଡିସେମ୍ବର ଠାରୁ ନୂଆ ଅଣ୍ଡର-୧୬ ଆକାଉଣ୍ଟଗୁଡିକ ବ୍ଲକ୍ କରାଯିବ ଏବଂ ବର୍ତ୍ତମାନର ଆକାଉଣ୍ଟଗୁଡିକର ଆକ୍ସେସ୍ ବାତିଲ୍ କରାଯିବ। ୧୦ ଡିସେମ୍ବର ସୁଦ୍ଧା ସମସ୍ତ ଅଣ୍ଡର-୧୬ ଆକାଉଣ୍ଟ ହଟାଇ ଦିଆଯିବ।”

ସରକାରୀ ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆରେ ପ୍ରାୟ ୩,୫୦,୦୦୦ ଜଣ ୧୩-୧୫ ବର୍ଷ ବୟସର ଇନଷ୍ଟାଗ୍ରାମ୍ ୟୁଜର୍ସ ଏବଂ ପ୍ରାୟ ୧,୫୦,୦୦୦ ଜଣ ଫେସବୁକ୍ ୟୁଜର୍ସ ଅଛନ୍ତି । ଯଦି କୌଣସି ଆକାଉଣ୍ଟକୁ ଭୁଲ୍‌ରେ ଅଣ୍ଡର-୧୬ ଭାବି ବନ୍ଦ କରାଯାଏ, ତେବେ ସେହି ୟୁଜର୍ସ “ଭିଡିଓ ସେଲ୍‌ଫି” ମାଧ୍ୟମରେ କିମ୍ବା ସରକାର ଜାରି କରିଥିବା ଆଇଡି ଦେଖାଇ ବୟସ ଯାଞ୍ଚ କରାଇ ଆକାଉଣ୍ଟ ପୁନଃ ଆକ୍ଟିଭ କରିପାରିବେ।

ବର୍ଷେ ବି ତିଷ୍ଠିଲାନି ବିବାହ, ସାମାନ୍ୟ ବିବାଦରୁ ଜୀବନ ହାରିଦେଲେ ନବବଧୂ


ଆଠମଲ୍ଲିକ: ବର୍ଷେ ବି ତିଷ୍ଠିଲାନି ବିବାହ, ସାମାନ୍ୟ ବିବାଦରୁ ଜୀବନ ହାରିଦେଲେ ନବବଧୂ ,ହଁ ଦର୍ଶକ ବନ୍ଧୁ ମନରେ ଆଶା ଓ ଭରସା ନେଇ ଝିଅଟି ବିବାହ କରିଥିଲା ବର୍ଷେ ବି ତିଷ୍ଠିବନି ବୈବାହିକ ଜୀବନ । ଯେଉଁ ପୁରୁଷର ହାତ ଧରି ସେ ସାତ ଜନମକୁ ସାଥୀ ହେବ ବୋଲି ହୋମ ନିଆଁରେ କଥା ଦେଇଥିଲେ । ଆଜି ସେହି ପୁରୁଷ ସହିତ ବାଦ ବିବାଦରୁ ଆତ୍ମହତ୍ୟାର ରାସ୍ତା ବାଛି ଦେଇଛି ନବବଧୂ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ପତକା ଗାଁରୁ ଆସିଛି ଏମିତି ଏକ ଦୁଃଖଭରା ଘଟଣା

ଆଠମଲ୍ଲିକ ଥାନା ପତକା ଗାଁର ଧରମୁ ପ୍ରଧାନଙ୍କ ପୁଅ ୬ ମାସ ତଳେ ବୌଦ୍ଧ ଜିଲ୍ଲା ଶ୍ରୀରାମପୁର ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ପୁଅ ଆନ୍ଧ୍ରରେ ରହି କାମ କରନ୍ତି । ଗତ ଚାରି ଦିନ ତଳେ ଯୁବକ ଜଣଙ୍କ ଘରକୁ ଆସିଥିଲେ । ଗୁରୁବାର ଦିନ ପୁଣି ଥରେ ଆନ୍ଧ୍ରପ୍ରଦେଶ ଯିବାର ଥିଲା । କିନ୍ତୁ ଏମିତି କିଛି ଘଟିଲା ଅଘଟଣ । ଯାହାକି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆଣିଥିଲା ଝଡ଼ । କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ବଢିଥିଲା । ଶେଷରେ ସ୍ତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି ।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଶାଶୁ ଘରଲୋକଙ୍କ ମତରେ ବୋହୂ ଆତ୍ମହତ୍ୟା କରିଛନ୍ତି । ହେଲେ ମୃତ ନବବଧୂଙ୍କ ବାପା ଘର କହୁଛନ୍ତି କି, ତାଙ୍କ ଝିଅଙ୍କୁ ଶାଶୁ ଘର ମାରିଦେଇଛନ୍ତି । ଅଭିଯୋଗ ପରେ ଆଠମଲ୍ଲିକ ପୋଲିସ ମୃତ ସ୍ତ୍ରୀଙ୍କ ସ୍ୱାମୀକୁ ଥାନାରେ ଅଟକ ରଖି ଜେରା କରୁଛି ।