UPDATE NEWS
ଇମୋସନାଲ ପୋଷ୍ଟ ହେଲା କାଳ, ୮ ମହିଳାଙ୍କୁ ହତ୍ୟା…ପଢ଼ନ୍ତୁ ଟ୍ୱିଟର କିଲରର କାହାଣୀ

ଜାପାନର ଏହି ହତ୍ୟାକାରୀକୁ ଟ୍ୱିଟର କିଲର୍ କୁହାଯାଏ । ଏହି ହତ୍ୟାକାରୀର ଅସଲ ନାଁ ତାକାହିରୋ ସିରାଇସି । ଯେଉଁ ପୋଷ୍ଟ ଜରିଆରେ ମହିଳାମାନେ ସାହାଯ୍ୟର ଆଶା କରୁଥିଲେ ତାହାହିଁ ହେଲା ତାଙ୍କ ହତ୍ୟାର କାରଣ । କେବଳ ଏତିକି ନୁହେଁ ହତ୍ୟା ପରେ ସେମାନଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିଲା ହତ୍ୟାକାରୀ ।

ଏହି ହତ୍ୟା ସବୁ ୨୦୧୭ରେ କରାଯାଇଥିଲା । ୨୦୨୦ରେ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ୨୭ଜୁନ ୨୦୨୫ରେ ତାକାହିରୋ ସିରାଇସିକୁ ଫାଶୀରେ ଝୁଲାଇ ଦିଆଯାଇଥିଲା । ଜାପାନର ନ୍ୟାୟ ମନ୍ତ୍ରାଳୟ ଏହି ସୂଚନା ଦେଇଥଲା ।

୨୦୨୨ ପରେ ଜାପାନରେ ପ୍ରଥମ ଥର କାହାକୁ ଫାଶୀ ଦିଆଯାଇଥିଲା । ସିରାଇସିକୁ ଟୋକିୟୋର ଡିଣ୍ଟେସନ ହାଉସରେ କଡ଼ା ସୁରକ୍ଷା ଓ ଗୁପ୍ତ ଭାବରେ ଫାଶୀ ଦିଆଯାଇଥିଲା ।

ଟୋକିୟୋର ଏକ ଆପାର୍ଟମେଣ୍ଟରୁ ପୋଲିସକୁ ଏକାସଙ୍ଗେ ୯ଟି ମୃତଦେହର ଅବଶେଷ ମିଳିଥିଲା । ଏହି ଘଟଣା ସାମନାକୁ ଆସିବା ପରେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଯେଉଁ ଆପାର୍ଟମେଣ୍ଟରୁ ମୃତଦେହ ଜବତ ହୋଇଥିଲା ସିରାଇସି ସେଠାରେ ରହୁଥିଲା ।

୮ ମହିଳା ଓ ଜଣେ ପୁରୁଷର ମୃତଦେହକୁ ଛୋଟ ଛୋଟ ଖଣ୍ଡରେ କାଟି ଗୋଟିଏ କୋଲ୍ଡ ଷ୍ଟୋରେଜ କଣ୍ଟେନରରେ ରଖାଯାଇଥିଲା । ତଦନ୍ତରୁ ଜଣାପଡିଥିଲା ପ୍ରାୟ ସମସ୍ତ ମହିଳା ସୋସିଆଲ ମିଡିଆରେ ସୁସାଇଡଲ ପୋଷ୍ଟ ଲେଖିଥିଲେ । ସିରାଇସି ଟ୍ୱିଟର ଜରିଆରେ ସେମାନଙ୍କୁ ଯୋଗାଯୋଗ କରିଥିଲା ।

ସାହାଯ୍ୟ କରିବା ବାହାନାରେ ସେମାନଙ୍କ ସହ ସଂପର୍କ ବଢାଇଥିଲା ହତ୍ୟାକାରୀ । ସିରାଇସି ପିଡୀତାଙ୍କୁ କହିଥିଲା ସେ ତାଙ୍କ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ । ଏହାପରେ ୮ଜଣ ମହିଳାଙ୍କ ସହ ଦୁଷ୍କର୍ମ କରି ସେମାନଙ୍କୁ ହତ୍ୟା କରିଥିଲା ।

ଜଣେ ମହିଳାଙ୍କ ପ୍ରେମିକଙ୍କୁ ସିରାଇସି ବିଷୟରେ ଜଣାପଡିଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ଟ୍ୱିଟର କିଲର ପ୍ରେମିକକୁ ହତ୍ୟା କରିଥିଲା ।

ଜାପାନରେ ଏବେବି ମୃତ୍ୟୁଦଣ୍ଡ ଦିଆଯାଉଛି । ସାଧାରଣତଃ ମୃତ୍ୟୁଦଣ୍ଡ ପାଇଁ କଏଦୀକୁ ଫାଶୀ ଖୁଣ୍ଟରେ ଝୁଲାଇଦିଆଯାଏ । ଏହାକୁ ଗୁପ୍ତ ଭାବରେ କରାଯାଏ । ଫାଶୀ ପୂର୍ବରୁ ଏନେଇ ସାଧାରଣ ଲୋକଙ୍କୁ ସୂଚନା ଦିଆଯାଏନି । ଏମିତିକି କଏଦୀଙ୍କୁ ବି କୁହାଯାଏନି ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ।

ହ୍ୟୁମାନ ସାଗର ମୃତ୍ୟୁ: ରହସ୍ୟ ଘେରା କଣ୍ଠଶିଳ୍ପୀଙ୍କ ଅକାଳ ଦେହାନ୍ତକୁ ନେଇ ପ୍ରଶ୍ନର ପ୍ରବଳତା

ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ମୃତ୍ୟୁ ନେଇ ଚର୍ଚ୍ଚା ଓ ସନ୍ଦେହ ବଢ଼ି ଚାଲିଛି। ଦେହ ଖରାପ ହେଉଥିବା ସତ୍ତେ ସେ କାହିଁକି ଲଗାତାର ଷ୍ଟେଜ୍ ଶୋ କରୁଥିଲେ? କାହିଁକି ଡାକ୍ତରିଯୋଗ ନ ମିଳିବା ସହ ଅବହେଳା ହେଉଥିଲା? ପଇସା ପାଇଁ ଜୋରଜବରଦସ୍ତି କରାଯାଉଥିଲା କି?—ଏହି ପ୍ରଶ୍ନଗୁଡ଼ିକ ଭକ୍ତମାନଙ୍କ ମଧ୍ୟରେ ଗଭୀର ଚିନ୍ତା ଜନ୍ମାଇଛି।

ମା’ଙ୍କ ଅଭିଯୋଗ: ମ୍ୟାନେଜରଙ୍କ ବିରୋଧରେ ଏତଲା

ହ୍ୟୁମାନଙ୍କ ମା’ ଶେଫାଳୀ ସାଗର ତାଙ୍କ ଦୁଇ ମ୍ୟାନେଜର—ଦିନେଶ ଓ ପ୍ରଶାନ୍ତ ବେହେରାଙ୍କ ଉପରେ ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ କଥାଅନୁଯାୟୀ,

  • ହ୍ୟୁମାନଙ୍କୁ ଧମକ ଦେଇ ଷ୍ଟେଜ୍ ଶୋ କରାଯାଉଥିଲା,
  • ସେ ଅସୁସ୍ଥ ଥାଇଥିବା ସତ୍ତେ ଯଥୋଚିତ ଚିକିତ୍ସା ନ ମିଳିଥିଲା,
  • ଏହି ସବୁକୁ ଆଧାର କରି ସେ ଦୁଇଜଣଙ୍କ ନାଁରେ ବଲାଙ୍ଗିର ଟାଉନ୍ ଥାନାରେ ଏତଲା ଦାୟର ହୋଇଛି।

ବିଭିନ୍ନ ସଂଗଠନମାନେ ମଧ୍ୟ ଷଡଯନ୍ତ୍ରର ସନ୍ଦେହ ବ୍ୟକ୍ତ କରି ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। ସେମାନଙ୍କ ଦାବି — “ପୋଲିସ ସମଗ୍ର ଘଟଣାର ତଦନ୍ତ କରି ରହସ୍ୟ ଉଦ୍ଘାଟନ କରିବା ଉଚିତ।”

ଭାଇରାଲ ଭିଡ଼ିଓ: ପ୍ରତିକ୍ରିୟାର ଝଡ଼

ହ୍ୟୁମାନଙ୍କ ମୃତ୍ୟୁ ପରେ କିଛି ସମୟରେ ମ୍ୟାନେଜର ଦିନେଶ ତାଙ୍କ ମାଁଙ୍କ ସହ ଦୁର୍ବ୍ୟବହାର କରୁଥିବା ଏକ ଭିଡ଼ିଓ ଭାଇରାଲ ହୋଇଛି।
ସେଥିରେ ସେ ଅଶ୍ରାବ୍ୟ ଶବ୍ଦବ୍ୟବହାର ସହ ଧମକ୍ ଦେଉଥିବା ଦେଖିବାକୁ ମିଳିଛି।
ଘଟଣାଟିକୁ ନେଇ ସାଧାରଣ ଲୋକ ଏବଂ ବିଭିନ୍ନ ସଂଗଠନ ତୀବ୍ର ପ୍ରତିବାଦ କରିଛନ୍ତି।

ଗିରଫ ଦାବି

ଏହି ସମସ୍ତ ଘଟଣାକୁ ଆଧାର କରି ପ୍ରଶାନ୍ତ ବେହେରାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମଧ୍ୟ ଦାବି ଉଠିଛି।

ସୋସିଆଲ ମିଡ଼ିଆ ରେ ଭୋ ଭୋ ହୋଇ କାନ୍ଦିଲେ ଲିଜା

-ଆଖି ଛଳ ଛଳ କରି ବାହୁନି ବାହୁନି କାନ୍ଦିଲେ ଲିଜା
-କାନ୍ଦି କାନ୍ଦି କହିଲେ ମୋ ଜୀବନ ପତି ବିପଦ ଅଛି
-କାନ୍ଦିଲେ କହିଲେ ମେଡ଼ିଆ ଭାଇ ମାନେ ମତେ କଲ କରନି ||

ହଁ ଦର୍ଶକ ବନ୍ଧୁ ଗତ କାଲି human ସାଗର ଟିମରେ ଆଙ୍କର ଭାବେ କାମ କରୁଥିବା ଲିଜା ଏବେ ସାମନାକୁ ଆସି ମ୍ୟାନେଜରଙ୍କ ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି, ସ୍ୱାର୍ଥ ପାଇଁ ହ୍ୟୁମାନ ସାଗରଙ୍କୁ ମାରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ହ୍ୟୁମାନଙ୍କ ସାଙ୍ଗରେ ଅନ୍ୟ ଟିମ୍ ସଦସ୍ୟମାନଙ୍କୁ କଥା କରାଇ ଦେଉନଥିଲେ ମ୍ୟାନେଜର୍ ।ହ୍ୟୁମାନଙ୍କ ସହ କେବଳ ପରମାନେଣ୍ଟ ସିଙ୍ଗରମାନଙ୍କୁ କଥା ହେବାକୁ ସୁଯୋଗ ଦେଉନଥିଲେ ମ୍ୟାନେଜର୍ । ଯେଉଁଠି ପ୍ରୋଗ୍ରାମ ହୁଏ, ଗ୍ରୀନ ରୁମରେ ହ୍ୟୁମାନଙ୍କ ପାଖରେ ଆଉ କେବଳ ଗୋଟିଏ ଚେୟାର ପଡିଥାଏ । ବରଗଡ଼ ଷ୍ଟେଜରେ ଲିଜା ଗୋଟିଏ ମିମିକ୍ରି କରିଥିଲେ ବୋଲି କହିଛନ୍ତି । ସେହି ମିମିକ୍ରି ପରେ ଭଲ ହୋଇଛି ବୋଲି କହି ନିଜେ ହ୍ୟୁମାନ ଆସି ହାଣ୍ଡଶେକ୍ କଲେ, କାମ ବହୁତ ବଢ଼ିଆ ଲାଗିଲା ବୋଲି କହିଲେ । ତା ପରେ କଣ ଚକ୍ରାନ୍ତ ହେଲା, ତା ପରେ ମୁଁ ଆଉ ଟିମରେ ନାହିଁ ବୋଲି ଜାଣିଥିଲେ ଲିଜା ।

ମ୍ୟାନେଜର ଲିଜାଙ୍କୁ ପରେ ଏହା ଜଣାଇଥିଲେ । ଏହା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ଟିମ୍ ହ୍ୟୁମାନ ସାଗରଙ୍କୁ କବ୍ଜା କରି ରଖିଥିଲେ ବୋଲି କହିଛନ୍ତି ଲିଜା। ଏହା ପରେ ଲିଜା ସେ ଟିମରୁ ଦୂରେଇ ଯାଇଥିଲେ । କିନ୍ତୁ ଏବେ ଯେତେବେଳେ ମ୍ୟାନେଜର ଜଣକ ହ୍ୟୁମାନ ସାଗରଙ୍କ ମାଆଙ୍କୁ ଗାଳି ଦେଉଥିବାର ଲିଜା ଦେଖିଲେ, ତାଙ୍କ ରକ୍ତ ଗରମ୍ ହୋଇଗଲା ସେ କହିଛନ୍ତି । ମ୍ୟାନେଜର ପାଖରେ ମାନବିକତା ବୋଲି କିଛି ନାହିଁ । ନିଜର ସ୍ୱାର୍ଥ ପାଇଁ human ସାଗର ଙ୍କୁ ବ୍ୟବହାର କରି କରି ମାରିଦେଲ ବୋଲି ଅଭିଯୋଗ କରିଥିଲେ ଲିଜା । ଅଭିଯୋଗ ପରେ ହଟାତ ଆଜିର ଆସି ନିଜ ଜୀବନ ପ୍ରତି ବିପଦ ଥିବା କଥା କାନ୍ଦି କାନ୍ଦି କହିବା ସହ ତାଙ୍କ ଉପରେ ଚାପ ପକଉଥିବା କଥା ମଧ୍ୟ କହିଛନ୍ତି, ତେବେ ଏଠି ପ୍ରଶ୍ନ ଉଠୁଛି ଲିଜା କୁ କିଏ ମିଡ଼ିଆ ରେ ମୁହଁ ନ ଖୁଲିବାକୁ ଦେଉଛନ୍ତି ଧମକ, ପୁଳା ପୁଳା ଅଭିଯୋଗ human ସାଗର ଙ୍କ manger ଙ୍କ ନା ରେ କିନ୍ତୁ ଏ ଯାଏଁ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି

ବର୍ଷେ ବି ତିଷ୍ଠିଲାନି ବିବାହ, ସାମାନ୍ୟ ବିବାଦରୁ ଜୀବନ ହାରିଦେଲେ ନବବଧୂ


ଆଠମଲ୍ଲିକ: ବର୍ଷେ ବି ତିଷ୍ଠିଲାନି ବିବାହ, ସାମାନ୍ୟ ବିବାଦରୁ ଜୀବନ ହାରିଦେଲେ ନବବଧୂ ,ହଁ ଦର୍ଶକ ବନ୍ଧୁ ମନରେ ଆଶା ଓ ଭରସା ନେଇ ଝିଅଟି ବିବାହ କରିଥିଲା ବର୍ଷେ ବି ତିଷ୍ଠିବନି ବୈବାହିକ ଜୀବନ । ଯେଉଁ ପୁରୁଷର ହାତ ଧରି ସେ ସାତ ଜନମକୁ ସାଥୀ ହେବ ବୋଲି ହୋମ ନିଆଁରେ କଥା ଦେଇଥିଲେ । ଆଜି ସେହି ପୁରୁଷ ସହିତ ବାଦ ବିବାଦରୁ ଆତ୍ମହତ୍ୟାର ରାସ୍ତା ବାଛି ଦେଇଛି ନବବଧୂ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ପତକା ଗାଁରୁ ଆସିଛି ଏମିତି ଏକ ଦୁଃଖଭରା ଘଟଣା

ଆଠମଲ୍ଲିକ ଥାନା ପତକା ଗାଁର ଧରମୁ ପ୍ରଧାନଙ୍କ ପୁଅ ୬ ମାସ ତଳେ ବୌଦ୍ଧ ଜିଲ୍ଲା ଶ୍ରୀରାମପୁର ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ପୁଅ ଆନ୍ଧ୍ରରେ ରହି କାମ କରନ୍ତି । ଗତ ଚାରି ଦିନ ତଳେ ଯୁବକ ଜଣଙ୍କ ଘରକୁ ଆସିଥିଲେ । ଗୁରୁବାର ଦିନ ପୁଣି ଥରେ ଆନ୍ଧ୍ରପ୍ରଦେଶ ଯିବାର ଥିଲା । କିନ୍ତୁ ଏମିତି କିଛି ଘଟିଲା ଅଘଟଣ । ଯାହାକି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆଣିଥିଲା ଝଡ଼ । କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ବଢିଥିଲା । ଶେଷରେ ସ୍ତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି ।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଶାଶୁ ଘରଲୋକଙ୍କ ମତରେ ବୋହୂ ଆତ୍ମହତ୍ୟା କରିଛନ୍ତି । ହେଲେ ମୃତ ନବବଧୂଙ୍କ ବାପା ଘର କହୁଛନ୍ତି କି, ତାଙ୍କ ଝିଅଙ୍କୁ ଶାଶୁ ଘର ମାରିଦେଇଛନ୍ତି । ଅଭିଯୋଗ ପରେ ଆଠମଲ୍ଲିକ ପୋଲିସ ମୃତ ସ୍ତ୍ରୀଙ୍କ ସ୍ୱାମୀକୁ ଥାନାରେ ଅଟକ ରଖି ଜେରା କରୁଛି ।

କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ସଂଘ

କଳାହାଣ୍ଡି : କଳାହାଣ୍ଡି ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ସଂଘ ତରଫରୁ କଳାହାଣ୍ଡି ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ପାୱ।ର ସଚିନ ପ୍ରକାଶଙ୍କୁ ଏକ ସୈ।ଜନ୍ୟ ମୁଳକ ସାକ୍ଷାତକରିଥିଲେ ଓ ନିଜ ଆଭିମୁଖ୍ୟ ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋଚନା କରିଥିଲେ। ଶିକ୍ଷକଙ୍କ ସମସ୍ୟା ଓ ଆସୁ ସମାଧାନ ନିମନ୍ତେ ଆପ୍ପତି କରିଥିଲେ। ଜିଲ୍ଲାପାଳ ମଧ୍ୟ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହିସମୟରେ ଜିଲ୍ଲା ସଙ୍ଘର ସଭାପତି କାମଦେବ ବେଶ୍ରା ଜିଲ୍ଲା ମହାସଚିବ ବରିଷ୍ଟ ଭୋଇ ଉପସଭାପତି ଶ୍ୟାମସୁନ୍ଦର ଦୁରିଆ, ଉପ ସଭାନେତ୍ରୀ ପୁଷ୍ପଲତା ବାଗ ତଥା ଜିଲ୍ଲା କର୍ମକର୍ତ୍ତା ଭୋଜରାଜ ମାଝୀ, ତ୍ରିଲୋଚନ ବାଗ, କଦମ୍ବ ନାଏକ, ସନ୍ତୋଷ ନାଏକ, ରୋମାଞ୍ଜି ଧାରୁଆ, ଅପୁର୍ବ ତାଣ୍ଡି, ମିନତି ନାଏକ, ସରୋଜିନୀ କୁମ୍ଭାର ପ୍ରମୁଖ ଉପସ୍ଥିତଥିଲେ।

କଳାହାଣ୍ଡି ରୁ କ୍ରିଷ୍ଣା ନାଗ ଙ୍କ ରିପୋର୍ଟ