ଫିରିଙ୍ଗିଆ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମରବନ୍ଧ ପଞ୍ଚାୟତର ସାଉଳିପଡ଼ା ଅଞ୍ଚଳରେ ବିଏସଏଫ ପକ୍ଷରୁ ‘ସ୍ୱଚ୍ଛ ଭାରତ’ ଓ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଏସଏଫ ଯବାନ, ବିଦ୍ୟାଳୟର ଛାତ୍ରଛାତ୍ରୀ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟ କରିଥିଲେ। ଏଥିସହ ଅଞ୍ଚଳବାସୀଙ୍କ ମଧ୍ୟରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ନେଇ ସଚେତନତା ସୃଷ୍ଟି କରାଯାଇଥିଲା।
ବିଏସଏଫ ଅଧିକାରୀ କମାଣ୍ଡାଣ୍ଟ ନିର୍ମଳ ଦାସ ଓ କମ୍ପାନୀ କମାଣ୍ଡର ଦେବଜିତ୍ଙ୍କ ସମେତ ଯବାନମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହର ସହ ଅଭିଯାନରେ ସାମିଲ ହୋଇଥିଲେ।
ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଂଶ କରିବା ସହ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ସମସ୍ତେ ଆଗେଇ ଆସିବାକୁ ଏହି ଅଭିଯାନ ମାଧ୍ୟମରେ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
