• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପାଣି ନିଷ୍କାସନ ପାଇଁ ଚାଷୀଙ୍କ ଗୁହାରି

Byodishri Live

Oct 3, 2026

ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଚାଷୀ କ୍ଷମାନିଧି ପ୍ରଧାନ ଜମିରୁ ପାଣି ନିଷ୍କାସନ ପାଇଁ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି। ବର୍ଷା ଯୋଗୁଁ ତାଙ୍କ ବାହାଲ ଜମି ଉପରେ ଥିବା ବାମନକୁଟା ମୁଡ଼ାରେ ପାଣି ଭରି ରହିଛି।

ଚାଷୀଙ୍କ କହିବାନୁସାରେ, ପୂର୍ବରୁ ମୁଡ଼ାରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ଥିଲା। ତେବେ ବର୍ତ୍ତମାନ ପଥର ଖଣ୍ଡ ଓ ଅନ୍ୟାନ୍ୟ ଅବରୋଧ ଯୋଗୁଁ ପାଣି ଯିବା ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ମୁଡ଼ାରେ ପାଣି ଜମି ରହିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

କ୍ଷମାନିଧି ପ୍ରଧାନ କହିଛନ୍ତି, ୧୯୮୬ ମସିହାରେ ତାଙ୍କ ବାପା ସ୍ୱର୍ଗତ ଉପେନ୍ଦ୍ର ପ୍ରଧାନଙ୍କ ସମୟରେ ମୁଡ଼ାରେ ପାଣି ଭରି ଭାଙ୍ଗିଯିବାରୁ ବାହାଲ ଜମି ନଷ୍ଟ ହୋଇଥିଲା। ସେତେବେଳେ ଅନେକ ଟଙ୍କା ଖର୍ଚ୍ଚ କରି ଜମି ମରାମତି କରାଯାଇଥିଲା। ଏବେ ପୁଣି ସମାନ ପରିସ୍ଥିତି ଉପୁଜିଥିବାରୁ ଶୀଘ୍ର ପାଣି ନିଷ୍କାସନ କରାନଗଲେ ମୁଡ଼ା ଭାଙ୍ଗିବା ସହ ପରିବାର ଓ ଜମି ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ଅଭିଯୋଗ ପରେ ସ୍ଥାନୀୟ ସରପଞ୍ଚ ବିଶ୍ୱବିହାରୀ ଯୋଶୀ ଘଟଣାସ୍ଥଳ ପରିଦର୍ଶନ କରି ପୂର୍ବରୁ ଥିବା ଜଳ ନିଷ୍କାସନ ବ୍ୟବସ୍ଥା ପଥର ଖଣ୍ଡ ପଡ଼ି ଅବରୋଧ ହୋଇଥିବା କହିଥିଲେ। ଖୁବଶୀଘ୍ର ଏହାର ମରାମତି କରାଯିବ ବୋଲି ସେ କହିଛନ୍ତି।

ସେହିପରି ମୁରିବାହାଲ ବିଡିଓ ବାସନ୍ତୀ ସେଠୀ କହିଛନ୍ତି ଯେ, ଚାଷୀଙ୍କ ଦରଖାସ୍ତ ମିଳିଛି। ପିଇଓ ଓ ଜିପିଡିଓଙ୍କୁ ଡାକି ଆବଶ୍ୟକ ବ୍ୟବସ୍ଥା କରାଯିବ।

Spread the love

Leave a Reply

Your email address will not be published. Required fields are marked *