• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସରଧାପୁର କଲେଜପଡ଼ାରେ ପାନୀୟ ଜଳ ସଙ୍କଟ

ସରଧାପୁର: ସରଧାପୁର ଗ୍ରାମର କଲେଜପଡ଼ାରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗତ ୨୬ ଅଗଷ୍ଟ ୨୦୨୬ରେ ଏଠାରେ ନଳକୂଅ ଖୋଳାଯାଇଥିଲେ ମଧ୍ୟ ଏଯାଏଁ ଫିଟିଙ୍ଗ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ପଡ଼ାବାସୀ ପାନୀୟ ଜଳ ପାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଅଭିଯୋଗ ଅନୁଯାୟୀ, ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗ ସହ ଯୋଗାଯୋଗ କରାଗଲେ ଆବଶ୍ୟକ ସାମଗ୍ରୀ ଷ୍ଟକ୍‌ରେ ନଥିବା କୁହାଯାଉଛି। ତେବେ ନଳକୂଅ ଖୋଳାଯିବାର ଦୀର୍ଘ ସମୟ ପରେ ମଧ୍ୟ ଫିଟିଙ୍ଗ୍ କାର୍ଯ୍ୟ ଶେଷ ନହେବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପାନୀୟ ଜଳ ଭଳି ଏକ ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନଥିବାରୁ ପଡ଼ାବାସୀ ହଇରାଣ ହେଉଛନ୍ତି। ତେଣୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ନଳକୂଅର ଫିଟିଙ୍ଗ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *