• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବନ୍ଧା ପଦ୍ମନାଭପୁରରେ ୪୨ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

Byodishri Live

Oct 27, 2026

ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବନ୍ଧା ପଦ୍ମନାଭପୁର ଗ୍ରାମରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ୪୨ତମ ପୂଜା ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ପୂଜା ଅବସରରେ କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଘଟସ୍ଥାପନ, ଦେବୀଙ୍କ ଆବାହନ ଓ ଅଗ୍ନିସ୍ଥାପନ ଭଳି ବିଭିନ୍ନ ପୂଜାବିଧି ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ପୂଜାମଣ୍ଡପରେ ନିର୍ମିତ ସୁଉଚ୍ଚ ତୋରଣ ଓ ଆକର୍ଷଣୀୟ ଆଲୋକସଜ୍ଜା ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା।

ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ପ୍ରବଚନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ପୂଜାର କର୍ତ୍ତା ଭାବେ ପାଣ୍ଡବ ଚରଣ ଧଳ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଆସନ୍ତା ବୁଧବାର ଦିନ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଶୋଭାଯାତ୍ରା ଆୟୋଜିତ ହେବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *