• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭଦ୍ରକରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ବୈଠକ

Byodishri Live

Oct 31, 2026

‘ସାଧୁତାରୁ ସମୃଦ୍ଧି’ ବାର୍ତ୍ତାରେ ସଚେତନତା ଉପରେ ଗୁରୁତ୍ୱ, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ

ଭଦ୍ରକ, (ଓଡ଼ିଶ୍ରୀ ସମ୍ବାଦ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଭଦ୍ରକ ସ୍ଥାନୀୟ ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ବୈଠକ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତି ରୋକିବାରେ ସମାଜର ପ୍ରତ୍ୟେକ ବର୍ଗର ସକ୍ରିୟ ଭୂମିକା ରହିଥିବା କହିଥିଲେ। ପ୍ରତ୍ୟେକ ଅଧିକାରୀ, ଜନସାଧାରଣ ଓ ଯୁବପିଢ଼ି ଆତ୍ମସଂଯମ ରକ୍ଷା କରିବା ସହ ନିଜ ନିଜର କର୍ତ୍ତବ୍ୟକୁ ସଚ୍ଚୋଟତାର ସହ ସମ୍ପାଦନ କରିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ କୁମାର ଦତ୍ତ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଯୋଗଦେଇଥିଲେ। ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଓ ସ୍ୱଚ୍ଛତା ବଜାୟ ରଖିବା, ଦାୟିତ୍ୱବୋଧର ସହ କାର୍ଯ୍ୟ କରିବା ଏବଂ ଜନସାଧାରଣଙ୍କ ହିତ ପାଇଁ ସମର୍ପିତ ରହିବା ଉପରେ ଗୁରୁତ୍ୱ ଦେଇଥିଲେ। ଜନସଚେତନତା ହିଁ ସମାଜରୁ ଦୁର୍ନୀତିର ମୂଳୋତ୍ପାଟନ କରିବାରେ ସହାୟକ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।

ଭଦ୍ରକ ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧୀକ୍ଷକ ଦୁଷ୍ମନ୍ତ କୁମାର ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଚଳିତ ବର୍ଷର ବାର୍ତ୍ତା ‘ସାଧୁତାରୁ ସମୃଦ୍ଧି’ ଉପରେ ଆଲୋକପାତ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ମନୋଜ କୁମାର ମଞ୍ଚ ସଂଯୋଜନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ ଓ ଭଦ୍ରକ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ସମାରୋହ ଆୟୋଜିତ ହୋଇଥିଲା।

ଏହି ଅବସରରେ ଚିତ୍ରାଙ୍କନ, ବକ୍ତୃତା ଓ କୁଇଜ୍‌ ଭଳି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *