(ଓଡ଼ିଶ୍ରୀ ସମ୍ବାଦ): ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମାରେ ଧୁମଧାମରେ ପାଳିତ ହେଉଛି ପ୍ରଭୁ ଶ୍ରୀ ଗଜାନନଙ୍କ ପୂଜା। ରାଇଘର ବ୍ଲକ ସଦର ମହକୁମାର କୋଦଭଟ୍ଟା, ପତ୍ରକୋଟି, ବ୍ଲକ ସାହି, ଭୀମା ଛକ ସମେତ ବିଭିନ୍ନ ସ୍ଥାନରେ ପୂଜା କମିଟି ଓ ପଲ୍ଲୀ ସଂସଦ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ଆୟୋଜିତ ହୋଇଛି।
ବିଭିନ୍ନ ପୂଜା ପେଣ୍ଡାଲରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାବେଳେ ଭକ୍ତମାନେ ପୂଜା, ଆରତୀ ଓ ପୁଷ୍ପାଞ୍ଜଳିରେ ସାମିଲ ହୋଇ ପ୍ରଭୁ ଗଜାନନଙ୍କ ଆଶୀର୍ବାଦ ନେଉଛନ୍ତି। ଅନେକ ପେଣ୍ଡାଲରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦର ମଧ୍ୟ ବ୍ୟବସ୍ଥା କରାଯାଇଛି।
ପୂଜାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ନିକଟରେ ନିଜର ମନସ୍କାମନା ଜଣାଇବା ସହ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛନ୍ତି।
ଏହାସହ ପଲ୍ଲୀ ସଂସଦ ପୂଜା କମିଟି ପକ୍ଷରୁ ଭକ୍ତ ଓ ଦର୍ଶକଙ୍କ ପାଇଁ ମେଲୋଡି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଏହାକୁ ନେଇ ରାଇଘରରେ ଉତ୍ସବର ମାହୋଲ ଆହୁରି ଜମିଛି।
