• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବଣିଆପାଟ ଶିଶୁମନ୍ଦିରରେ ‘ନାମାମି ଭାରତ’ କାର୍ଯ୍ୟକ୍ରମ

Byodishri Live

Sep 25, 2026

କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ସହରର କଲେଜ ରୋଡସ୍ଥିତ ବଣିଆପାଟ ସରସ୍ୱତୀ ଶିଶୁମନ୍ଦିରରେ ‘ନାମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ‘ବିଦ୍ୟାଭାରତୀ’ର ମାର୍ଗଦର୍ଶନରେ ‘ବନ୍ଦେ ମାତରମ୍‌’ର ୧୫୦ତମ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ପ୍ରଧାନାଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ସମ୍ଭାଗ ସହ-ସଂଯୋଜକ ତଥା ବିଭାଗ ନିରୀକ୍ଷକ ସୁବ୍ରତ ମୁଖାର୍ଜୀ ଯୋଗଦେଇ ‘ବନ୍ଦେ ମାତରମ୍‌’ର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଅନ୍ୟତମ ଅତିଥି ଭାବେ ମୟୂରଭଞ୍ଜ ବିଭାଗ ନିରୀକ୍ଷକ ଲମ୍ବୋଦର ମହାନ୍ତ, ପରିଚାଳନା ସମିତିର ସମ୍ପାଦକ ଭାଗୀରଥି ଗିରି ଓ ଉପସଭାପତି ହୃଦାନନ୍ଦ ପ୍ରଧାନ ଯୋଗଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ସେବାବ୍ରତୀ ଓ ଅନେକ ଅଭିଭାବକ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *