ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ସାଗୁନଭାଡ଼ିପଡ଼ା ଅଙ୍ଗନୱାଡ଼ି କେନ୍ଦ୍ରରେ ଆନନ୍ଦ ଉଲ୍ଲାସର ସହ ‘ଆଙ୍ଗନ କା ଉତ୍ସବ’ ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରର ଶିଶୁମାନଙ୍କ ପାଇଁ ବିଭିନ୍ନ ଖେଳ, ଗୀତ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଉତ୍ସବରେ ଶିଶୁମାନେ ଉତ୍ସାହର ସହ ଭାଗ ନେଇଥିବା ବେଳେ ଅଭିଭାବକ ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଯାଇଥିଲା। ଶିଶୁମାନଙ୍କ ଶାରୀରିକ, ମାନସିକ ଓ ଶିକ୍ଷଣୀୟ ବିକାଶ ସହ ଅଭିଭାବକଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦେବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ସମେତ ଶିଶୁମାନଙ୍କ ଅଭିଭାବକ ଏବଂ ସ୍ଥାନୀୟ ଲୋକେ ଉପସ୍ଥିତ ରହିଥିଲେ। ସମସ୍ତଙ୍କ ସହଯୋଗରେ ‘ଆଙ୍ଗନ କା ଉତ୍ସବ’ ସଫଳତାର ସହ ସମ୍ପନ୍ନ ହୋଇଥିଲା।
