• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ମଞ୍ଜୁର

Byodishri Live

Oct 7, 2026

ନିମାପଡ଼ା, (ଓଡ଼ିଶ୍ରୀ ସମ୍ବାଦ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୧୧ ଲକ୍ଷ ୭୦ ହଜାର ଟଙ୍କା ମଞ୍ଜୁର ହୋଇଛି।

ମହାବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ପାଇଁ କର୍ତ୍ତୃପକ୍ଷ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମହାବିଦ୍ୟାଳୟର ବିକାଶ ପାଇଁ ଏହି ଅର୍ଥ ମଞ୍ଜୁର ହୋଇଥିବା ଜଣାପଡ଼ିଛି।

ଏହି ଅନୁଦାନ ମଞ୍ଜୁର ହେବା ଦ୍ୱାରା ମହାବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ହେବା ସହ ଛାତ୍ରୀମାନଙ୍କ ଶିକ୍ଷା ପରିବେଶରେ ଉନ୍ନତି ଆସିବ ବୋଲି ମହାବିଦ୍ୟାଳୟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ଛାତ୍ରୀମାନଙ୍କ ଶିକ୍ଷାର ମାନ ବୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭିତ୍ତିଭୂମି ବିକାଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଭୂତି ଭୂଷଣ ରଥ କହିଛନ୍ତି ଯେ, ଏହି ଅର୍ଥ ମଞ୍ଜୁର ହେବା ଦ୍ୱାରା ମହାବିଦ୍ୟାଳୟର ସାମଗ୍ରିକ ବିକାଶରେ ଗତି ଆସିବ। ଏଥିପାଇଁ ସେ ରାଜ୍ୟ ସରକାର ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଅନୁଦାନ ମଞ୍ଜୁର ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *