ଦଶରଥପୁର, (ଓଡ଼ିଶ୍ରୀ ସମ୍ବାଦ): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ବିଭିନ୍ନ କଲେଜ କ୍ୟାମ୍ପସରେ ନିର୍ବାଚନୀ ତତ୍ପରତା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଦଶରଥପୁର ବ୍ଲକ ଅନ୍ତର୍ଗତ ସାଧୁ ଗୌଡ଼େଶ୍ୱର ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ପାଇଁ କେତେକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
କୁଆଁଶ ମଙ୍ଗଳାପୀଠରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏବିଭିପି ସମର୍ଥକମାନଙ୍କ ଉପସ୍ଥିତିରେ ଆଗାମୀ ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ନିର୍ବାଚନରେ କିଭଳି ଭାବେ ପ୍ରସ୍ତୁତି ଓ ପ୍ରଚାର କରାଯିବ, ସେନେଇ ଆଲୋଚନା ପରେ ପ୍ରାର୍ଥୀ ଘୋଷଣା କରାଯାଇଥିଲା।
ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ +୩ ଶେଷ ବର୍ଷ ବାଣିଜ୍ୟ ବିଭାଗର କେ. ଦିବାଶିଷ ନାୟକଙ୍କୁ ସଭାପତି ପ୍ରାର୍ଥୀ, ମାନସ ରଞ୍ଜନ ସାହୁଙ୍କୁ ଉପସଭାପତି, ତ୍ରିପର୍ଣ୍ଣା ପାଣିଗ୍ରାହୀଙ୍କୁ ସାଧାରଣ ସମ୍ପାଦକ, ପବିତ୍ର ବେହେରାଙ୍କୁ ସହସମ୍ପାଦକ ଏବଂ ଗୌରବ ମହାପାତ୍ରଙ୍କୁ କ୍ରୀଡ଼ା ବିଭାଗ ପାଇଁ ପ୍ରାର୍ଥୀ କରାଯାଇଛି।
ଅନ୍ୟ ପଦବୀ ପାଇଁ ପ୍ରାର୍ଥୀଙ୍କ ନାମ ଖୁବ୍ଶୀଘ୍ର ଘୋଷଣା କରାଯିବ ବୋଲି ଯୁବନେତା ଇନ୍ଦ୍ରଜିତ ଦାସ କହିଥିଲେ। ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ଦେଖାଯାଇଛି।
ପ୍ରାର୍ଥୀ ଚୟନ କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ରନେତା ଇନ୍ଦ୍ରଜିତ ଦାସ, ପୂର୍ବତନ ଛାତ୍ର ସଂସଦ ସଭାପତି ସତ୍ୟଜିତ ସାମଲ, ଚିତ୍ତରଞ୍ଜନ ସାମଲ, ପତିତପାବନ ମହାନ୍ତି, ବିନୟ ସେନାପତି, ପ୍ରମୋଦ ପୁହାଣ, ସିଦ୍ଧାର୍ଥ ତ୍ରିପାଠୀଙ୍କ ସମେତ ବହୁ ଯୁବନେତା ଉପସ୍ଥିତ ଥିଲେ।
