ପଞ୍ଚାୟତର ବର୍ତ୍ତମାନ ଓ ପୂର୍ବତନ ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା
ବରୀ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ପୁନର୍ଗଠନ ଓ ୨୫ତମ ପୂର୍ତ୍ତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସଭାଗୃହରେ ସରପଞ୍ଚ ସ୍ୱର୍ଣ୍ଣଲତା ସାହୁଙ୍କ ସଭାପତିତ୍ୱରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଶିକ୍ଷାବିତ୍ କାମଦେବ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବରିଷ୍ଠ ସାମାଜିକ କର୍ମୀ କାହ୍ନୁ ଚରଣ ଦାସ ଓ ପଞ୍ଚାୟତର ପ୍ରଥମ ସରପଞ୍ଚ ବାବୁଲି ପୃଷ୍ଟି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଅନ୍ଧାରରୁ ଆଲୋକର ପଥ ଦେଖାଉଥିବା ବ୍ୟକ୍ତି ସବୁବେଳେ ନିଆରା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଥିସହ ପଞ୍ଚାୟତର ଇତିହାସ ଓ ଜନପ୍ରତିନିଧିଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ସରପଞ୍ଚ ସ୍ୱର୍ଣ୍ଣଲତା ସାହୁଙ୍କ ଏହି ନିଆରା ପଦକ୍ଷେପକୁ ଅତିଥିମାନେ ଉଚ୍ଚପ୍ରଶଂସା କରିଥିଲେ।
ଏହି ଅବସରରେ ପଞ୍ଚାୟତ ପକ୍ଷରୁ ବର୍ତ୍ତମାନ ଓ ପୂର୍ବତନ ସରପଞ୍ଚ, ସମିତି ସଭ୍ୟସଭ୍ୟା, ୱାର୍ଡ ସଭ୍ୟସଭ୍ୟା ଏବଂ ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।
ଶିକ୍ଷାବିତ୍ ମାଗୁଣି ଚରଣ ପୃଷ୍ଟି ମଞ୍ଚ ପରିଚାଳନାରେ ସହଯୋଗ କରିଥିବାବେଳେ ନାଏବ ସରପଞ୍ଚ ବୈକୁଣ୍ଠ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ଅନିରୁଦ୍ଧ ପୃଷ୍ଟି, କୈଳାସ ଚନ୍ଦ୍ର ସାହୁ, ସତ୍ୟଜିତ ସାହୁ, ବିକାଶ ନାୟକ, ଦର୍ଶନ ସ୍ୱାଇଁ, ସାଗର ମହାରଣା, ଧନେଶ୍ୱର ସାହୁ, ନରହରି ପୃଷ୍ଟି, ପରମେଶ୍ୱର ବରାଳ, ମନୋରଞ୍ଜନ ଜେନାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା ସହଯୋଗ କରିଥିଲେ।
