• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମୁରିବାହାଲରେ ହରଡ଼ ଚାଷ ନଷ୍ଟ ଅଭିଯୋଗ, ଥାନାରେ ଏତଲା

Byodishri Live

Oct 27, 2026

ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ଗୁରୁଣ୍ଡା ଗ୍ରାମରେ ଜଣେ ଚାଷୀଙ୍କ ହରଡ଼ ଚାଷ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଚାଷୀ ନବୀନ ସରାଫ ଓରଫ ଶନି ମୁରିବାହାଲ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଚଳିତ ବର୍ଷ ଭଲ ଫସଲ ଆଶାରେ ନବୀନ ନିଜ ଚାଷ ଜମିର ହିଡ଼ରେ ହରଡ଼ ଚାଷ କରିଥିଲେ। ତେବେ ଗତକାଲି ତାଙ୍କ ହରଡ଼ ଗଛ ମଧ୍ୟରୁ ଅଧାରୁ ଅଧିକ ଭାଙ୍ଗି ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଜାଣିଶୁଣି ଗଛଗୁଡ଼ିକୁ ଭାଙ୍ଗି ନଷ୍ଟ କରିଥିବା ସେ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ନବୀନ ମୁରିବାହାଲ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଚାଷୀଙ୍କ ଫସଲ ନଷ୍ଟ କରିଥିବା ଦୁର୍ବୃତ୍ତଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ସହ କ୍ଷତିଗ୍ରସ୍ତ ଚାଷୀ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *