• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଚନ୍ଦାହାଣ୍ଡି ଭୋଜପୁରରେ ନିଆରା ଗଣେଶ ବିସର୍ଜନ ଉତ୍ସବ, ନୃତ୍ୟରେ ମତୁଆଲା ଗାଁ

Byodishri Live

Sep 16, 2026

ଚନ୍ଦାହାଣ୍ଡି (ଓଡ଼ିଶ୍ରୀ ସମ୍ବାଦ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ଭୋଜପୁର ଗ୍ରାମରେ ଦେଖିବାକୁ ମିଳିଛି ନିଆରା ଶ୍ରୀଗଣେଶ ବିସର୍ଜନ ଉତ୍ସବ। ଗଣେଶ ପୂଜା ସମାପନ ପରେ ଆୟୋଜିତ ବିସର୍ଜନ ଶୋଭାଯାତ୍ରାରେ ସମଗ୍ର ଗାଁ ଉତ୍ସବମୁଖର ହୋଇଉଠିଥିଲା। ଭକ୍ତି, ଉତ୍ସାହ ଓ ଆନନ୍ଦରେ ମୁଖରିତ ହୋଇଥିଲା ପରିବେଶ।

ଶ୍ରଦ୍ଧା ଓ ଭକ୍ତିର ସହ ଗଣପତି ବାପାଙ୍କ ପୂଜା ସମାପନ ପରେ କମିଟି ସଦସ୍ୟ ଓ ଗ୍ରାମବାସୀ ଗଣେଶଙ୍କୁ ନେଇ ବିସର୍ଜନ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଅବସରରେ ଗଣପତିଙ୍କୁ ନେଇ ଗାଁର ପ୍ରତ୍ୟେକ ଘର ଦାଣ୍ଡରେ ପହଞ୍ଚିଥିଲେ ଶୋଭାଯାତ୍ରାରେ ସାମିଲ ଲୋକେ।

ଘର ଦାଣ୍ଡରେ ଗଣପତି ବାପାଙ୍କୁ ପାଇ ମହିଳାମାନେ ଶ୍ରଦ୍ଧାର ସହ ବନ୍ଦାପଣା କରି ଆଶୀର୍ବାଦ ନେଇଥିଲେ। ଭକ୍ତିମୟ ପରିବେଶରେ ଗୁଞ୍ଜି ଉଠିଥିଲା ‘ଗଣପତି ବାପା ମୋରିୟା’ ଧ୍ୱନି।

ବ୍ୟାଣ୍ଡ ବାଜାର ତାଳେ ତାଳେ କମିଟି ସଦସ୍ୟଙ୍କ ସହ ଗ୍ରାମବାସୀମାନେ ନାଚି ଉଠିଥିଲେ। ରଙ୍ଗରେ ରଙ୍ଗୀନ ହୋଇଥିଲା ଗାଁର ରାସ୍ତାଘାଟ। ଶୋଭାଯାତ୍ରାକୁ ନେଇ ଚାରିଆଡ଼େ ଦେଖାଯାଇଥିଲା ଉତ୍ସବର ମାହୋଲ।

ତେବେ ବିସର୍ଜନ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା ଛୋଟ ଛୁଆମାନଙ୍କ ନୃତ୍ୟ। ନିଜ ନିଜ ଢଙ୍ଗରେ ନାଚି ପିଲାମାନେ ଉପସ୍ଥିତ ଲୋକଙ୍କ ମନ ଜିଣି ନେଇଥିଲେ। ଏଭଳି ଭକ୍ତି ଓ ଆନନ୍ଦର ପରିବେଶ ମଧ୍ୟରେ ଭୋଜପୁରରେ ଶ୍ରୀଗଣେଶଙ୍କ ବିସର୍ଜନ ଉତ୍ସବ ସମ୍ପନ୍ନ ହୋଇଛି।

Spread the love

Leave a Reply

Your email address will not be published. Required fields are marked *