୫ ଯୁବକ ଗିରଫ, ୧୫,୭୫୦ ଟଙ୍କା ସହ ୩ ବାଇକ୍ ଓ ୪ ମୋବାଇଲ୍ ଜବତ
ବାଲିପାଟଣା (ଓଡ଼ିଶ୍ରୀ ସମ୍ବାଦ): ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଧୀନ ଘାସିଅନ୍ଧଟି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୫ ଜଣ ଯୁବକଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ଜୁଆ ଖେଳରେ ବ୍ୟବହୃତ ୧୫ ହଜାର ୭୫୦ ଟଙ୍କା ସହ ୩ଟି ମୋଟରସାଇକେଲ୍ ଓ ୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ବାଲିପାଟଣା ଥାନା ପୁଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ଥାନାରେ କେସ୍ ନମ୍ବର ୫୩୫/୨୦୨୧ରେ ମାମଲା ରୁଜୁ ହୋଇଛି। ଗିରଫ ୫ ଜଣ ଯୁବକଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଥିବା ନେଇ ବାଲିପାଟଣା ଥାନାଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି।
