ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନାର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବ୍ୟାପୀ ଭାବେ ବାର୍ଷିକୀ ପାଳନ କରାଯିବ। ଏହି ଅବସରରେ ସୁଭଦ୍ରା ହିତାଧିକାରୀମାନେ ସନ୍ଧ୍ୟା ୬ଟା ୩୦ରେ ଘରେ ଘରେ ଦୀପ ଜାଳିବାକୁ ଆହ୍ୱାନ କରାଯାଇଛି।
ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ସେଣ୍ଟ୍ରାଲ ପ୍ରୋଜେକ୍ଟ ଓ ଅଙ୍ଗନବାଡ଼ି କାର୍ଯ୍ୟାଳୟରେ ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ରାଜ୍ୟର ୩୩୮ଟି ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଓ ସେଲିବ୍ରେସନ୍ ଆୟୋଜନ ହେବ।
୨୦୨୪ ମସିହା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ୫ ବର୍ଷରେ ଯୋଗ୍ୟ ମହିଳାଙ୍କୁ ମୋଟ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
ସରକାରୀ ସୂଚନା ଅନୁସାରେ, ୨୦୨୬ ଅଗଷ୍ଟରେ ‘ସୁଭଦ୍ରା’ର ପଞ୍ଚମ କିସ୍ତି ରାଜ୍ୟର ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ପ୍ରଦାନ କରାଯାଇଥିଲା।
ଯୋଜନାର ଦୁଇ ବର୍ଷ ପୂର୍ତ୍ତିକୁ ନେଇ ରାଜ୍ୟବ୍ୟାପୀ ଆୟୋଜନ ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାବଲମ୍ବନର ବାର୍ତ୍ତା ଦିଆଯିବ।
