• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଗିରଫ: ଟାଟା ଇଣ୍ଡିଗୋ କାର୍‌ ସହ ୨.୩୧୦ କେଜି ଗଞ୍ଜେଇ ଜବତ

Byodishri Live

Nov 4, 2026

ପୁରୁଣାଗଡ଼ ରେଳ ଓଭରବ୍ରିଜ୍‌ ନିକଟରେ ରେଢ଼ାଖୋଲ ପୋଲିସର ଚଢ଼ାଉ

ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଗଞ୍ଜେଇ ଚାଲାଣ ଅଭିଯୋଗରେ ରେଢ଼ାଖୋଲ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ କିଲୋ ୩୧୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଚାଲାଣରେ ବ୍ୟବହୃତ ଏକ ଧଳା ରଙ୍ଗର ଟାଟା ଇଣ୍ଡିଗୋ ଇସିଏସ୍‌ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି।

ମଙ୍ଗଳବାର ଅପରାହ୍ନ ପ୍ରାୟ ୧୨ଟା ୫୦ ମିନିଟ୍‌ ସମୟରେ ଏସ୍‌ଆଇ ଗଜେନ୍ଦ୍ର କୁମାର ସେଠଙ୍କ ନେତୃତ୍ୱରେ ରେଢ଼ାଖୋଲ ପୋଲିସର ଏକ ଟିମ୍‌ ପୁରୁଣାଗଡ଼ ଛକ ନିକଟସ୍ଥ ରେଳ ଓଭରବ୍ରିଜ୍‌ ପାଖରେ ରେଢ଼ାଖୋଲ-ବୌଦ୍ଧ ରାସ୍ତାରେ ଚଢ଼ାଉ କରିଥିଲା। ଏହି ସମୟରେ ଓଡି-୦୨-୧୬୧୭ ନମ୍ବର ବିଶିଷ୍ଟ ଟାଟା ଇଣ୍ଡିଗୋ କାର୍‌ରେ ଗଞ୍ଜେଇ ନେଇ ଯାଉଥିବା ତିନି ଜଣଙ୍କୁ ପୋଲିସ କାବୁ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଟାଉନ୍‌ ଥାନା ଅନ୍ତର୍ଗତ ଗଣ୍ଡାପଦର ଗ୍ରାମର ସତ୍ୟନାରାୟଣ ପେରା (୨୬), ବାଉଁଶୁଣୀ ଥାନା ଅନ୍ତର୍ଗତ ତାଲୁପାଲି ଗ୍ରାମର ଟୁଲୁ ନାଏକ (୨୭) ଏବଂ ପଳସାପାଟ ଗ୍ରାମର ସୁରୁବାବୁ ଭୋଇ (୩୧)।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ବୌଦ୍ଧ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ଦେବଗଡ଼ ଜିଲ୍ଲାକୁ ନେଇ ବିକ୍ରି କରିବା ଉଦ୍ଦେଶ୍ୟରେ ଚାଲାଣ କରୁଥିଲେ। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *