• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ମନୋରଞ୍ଜନ ମହାନ୍ତିଙ୍କ ସ୍ମୃତିସଭା ଅନୁଷ୍ଠିତ

Byodishri Live

Nov 4, 2026

ଜନସେବା ଓ ରାଜନୈତିକ ଜୀବନର ଅବଦାନକୁ ମନେ ପକାଇଲେ ଉପସ୍ଥିତ ବ୍ୟକ୍ତିବିଶେଷ

ବାଲେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): ବାଲେଶ୍ୱର ଆରସିଏମଏସର ପୂର୍ବତନ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ମନୋରଞ୍ଜନ ମହାନ୍ତିଙ୍କ ସ୍ମୃତିରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ଓଲନ୍ଦା ସାରଗାଁ ହାଟପଡ଼ିଆସ୍ଥିତ ଜୁଏଲ୍‌ ୟୁଥ୍‌ ଅର୍ଗାନାଇଜେସନ୍‌ର ସଭାଗୃହରେ ଏହି ସଭା ଆୟୋଜିତ ହୋଇଥିଲା।

ପୂର୍ବତନ ସରପଞ୍ଚ ପ୍ରଭୁଚରଣ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବହୁ ସମାଜସେବୀ, ରାଜନେତା ଓ ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ। ଉପସ୍ଥିତ ବ୍ୟକ୍ତିମାନେ ତାଙ୍କର ଜନସେବା ଓ ରାଜନୈତିକ ଜୀବନର ଅବଦାନକୁ ମନେ ପକାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରିଥିଲେ।

ଏହି ସ୍ମୃତିସଭାରେ ରବୀନ୍ଦ୍ର ନାଥ, ଅଶୋକ ଦାସ, ପଦ୍ମଲୋଚନ ଦାସ, ସନାତନ ଜେନା, ସଞ୍ଜୀବ ନାୟକ, ନବକିଶୋର ମହାଳିକ, ଭାଗବତ ରାଉତ, ପିତାମ୍ବର ସାହୁ, ପଞ୍ଚାନନ ଗଣ୍ଡ, ରତ୍ନାକର ଜେନା, କାର୍ତ୍ତିକ ମହାନ୍ତି, ଚକ୍ରଧର ଦାସ, ଅଭିରାମ ବାରିକ, ଭିକାରୀ ଚରଣ ଦାସ, ମଧୁସୂଦନ ମହାନ୍ତି, ଗୟାଧର ନାୟକ, ପିତାମ୍ବର ଭୁୟାଁ ଓ ଗୌରହରି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ସ୍ୱର୍ଗତ ମନୋରଞ୍ଜନ ମହାନ୍ତି ଗତ ଅକ୍ଟୋବର ୩୦ ତାରିଖ ଅପରାହ୍ନ ୧ଟା ୩୦ ମିନିଟ୍‌ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଇହଧାମ ତ୍ୟାଗ କରିଥିଲେ। କଂଗ୍ରେସର ଜଣେ ଦକ୍ଷ ସଂଗଠକ ଭାବେ ସେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଥିବା ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *