• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରାଜ୍ୟସ୍ତରୀୟ ସବ୍‌-ଜୁନିଅର୍ ରଗ୍‌ବିରେ ଫ୍ୟୁଚର ଷ୍ଟାର୍‌ର ଚମକ

Byodishri Live

Nov 5, 2026

ବାଳକ ଦଳ ଚାମ୍ପିଅନ୍‌, ବାଳିକା ଦଳକୁ ତୃତୀୟ ସ୍ଥାନ; ମୟୂରଭଞ୍ଜକୁ ମିଳିଲା ଗୌରବ

ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ରାଜ୍ୟ ସବ୍‌-ଜୁନିଅର୍ ରଗ୍‌ବି ଫୁଟବଲ୍ ଚାମ୍ପିଅନ୍‌ସିପ୍‌-୨୦୨୬ରେ ମୟୂରଭଞ୍ଜର ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବାଳକ ବିଭାଗରେ ଚାମ୍ପିଅନ୍ ହୋଇଥିବା ବେଳେ ବାଳିକା ବିଭାଗରେ ତୃତୀୟ ସ୍ଥାନ ଅଧିକାର କରି ଏକାଡେମୀ ଜିଲ୍ଲା ପାଇଁ ଗୌରବ ଆଣିଛି।

ଯାଜପୁର ଜିଲ୍ଲା ଦଶରଥପୁର ହାଇସ୍କୁଲସ୍ଥିତ ଦିଲ୍ଲୀପ ତିର୍କୀ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଓଡ଼ିଶା ରଗ୍‌ବି ଫୁଟବଲ୍ ଆସୋସିଏସନ୍ ଓ ଯାଜପୁର ରଗ୍‌ବି ଫୁଟବଲ୍ ଆସୋସିଏସନ୍‌ର ମିଳିତ ସହଯୋଗରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ବାଳକ ବିଭାଗର ଫାଇନାଲ୍ ମ୍ୟାଚ୍‌ରେ ଫ୍ୟୁଚର ଷ୍ଟାର୍ ୧୫-୧୦ ପଏଣ୍ଟରେ କିସ୍‌କୁ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲା। ସେହିପରି ବାଳିକା ବିଭାଗରେ ଫ୍ୟୁଚର ଷ୍ଟାର୍ ୧୫-୧୦ ପଏଣ୍ଟରେ କେନ୍ଦୁଝର ଦଳକୁ ପରାସ୍ତ କରି ତୃତୀୟ ସ୍ଥାନ ହାସଲ କରିଥିଲା।

ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀ ଦୀର୍ଘଦିନ ଧରି ମୟୂରଭଞ୍ଜର ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନଙ୍କୁ କ୍ରୀଡ଼ା ସହ ଯୋଡ଼ି ସେମାନଙ୍କ ପ୍ରତିଭା ବିକାଶ ପାଇଁ କାର୍ଯ୍ୟ କରିଆସୁଛି। ସୀମିତ ସୁଯୋଗ ଓ ସମ୍ବଳ ମଧ୍ୟରେ ନିରନ୍ତର ଅଭ୍ୟାସ, ଶୃଙ୍ଖଳା ଓ କଠିନ ପରିଶ୍ରମ ବଳରେ ଖେଳାଳିମାନେ ଏହି ସଫଳତା ହାସଲ କରିଛନ୍ତି।

ଏହି ସଫଳତା ପାଇଁ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ବିଜୟ କୁମାର ଦାସ, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଓ ଯୁବ ସମାଜସେବୀ ରାକେଶ ସିଂ ଦୁଇ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ଏହାସହ ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ ଓ ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ ଓ ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଏବଂ ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର ଓ ଅଜିତ କୁମାର ହାଁସଦା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ରଗ୍‌ବି ସଂଘ, ଓଡ଼ିଶା ରଗ୍‌ବି ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗ ପାଇଁ ଏକାଡେମୀର ଖେଳାଳି ଓ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *