• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବଡ଼ଚଣାରେ ଗୁଳିକାଣ୍ଡ ଅଭିଯୋଗ: ଇଣ୍ଡିକା ଗାଡ଼ିକୁ ଗୁଳିମାଡ଼, ୨ ଅଟକ

Byodishri Live

Nov 5, 2026

ଛତିଆ ଛକ ନିକଟରେ ଘଟଣା; ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ, ବୈରୀ ପୋଲିସର ପଚରାଉଚରା ଜାରି

ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ର ବୈରୀ ଥାନା ଅଞ୍ଚଳରେ ଗୁଳିକାଣ୍ଡକୁ ନେଇ ଆତଙ୍କ ଖେଳିଯାଇଛି। ଛତିଆ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ଇଣ୍ଡିକା ଗାଡ଼ିକୁ ଗୁଳିମାଡ଼ ହୋଇଥିବା ନେଇ ବୈରୀ ଥାନାରେ ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ଯାଞ୍ଚ କରିଛି।

ଅଭିଯୋଗ ଅନୁଯାୟୀ, ଇଚ୍ଛାନଗର ପାଟଣା ଗ୍ରାମର ରୁଦ୍ର ପ୍ରସାଦ ରାଉଳ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଅମିୟ ଝରି ମଦ ଦୋକାନରୁ ହିସାବ ବୁଝାସୁଝା କରି ନିଜ ଇଣ୍ଡିକା ଗାଡ଼ିରେ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଗୁଳିମାଡ଼ କରିଥିବା ସେ ଅଭିଯୋଗ କରିଛନ୍ତି।

ପୂର୍ବରୁ ସମ୍ପୃକ୍ତ ଯୁବକଙ୍କ ସହ କୌଣସି କାରଣକୁ ନେଇ ତାଙ୍କର ବଚସା ହୋଇଥିବା ରୁଦ୍ର ପ୍ରସାଦ ପୋଲିସକୁ କହିଥିବା ଜଣାପଡ଼ିଛି। ତେବେ ଗୁଳିମାଡ଼ର କାରଣ ଓ ଘଟଣାରେ କେଉଁମାନେ ସମ୍ପୃକ୍ତ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ଲିଖିତ ଅଭିଯୋଗ ଆଧାରରେ ବୈରୀ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରି ଯାଞ୍ଚ ଚଳାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *