• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାଲିଚନ୍ଦ୍ରପୁରର ବିଶିଷ୍ଟ ବ୍ୟବସାୟୀ ହରେକୃଷ୍ଣ ସାହୁଙ୍କ ପରଲୋକ

Byodishri Live

Nov 5, 2026

ଶ୍ୟାମସୁନ୍ଦର ବଜାର କମିଟିର ଉପସଭାପତିଙ୍କ ବିୟୋଗରେ ଶୋକ; ବଜାରରେ ଶେଷ ଦର୍ଶନ କଲେ ବ୍ୟବସାୟୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷ

ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ଶ୍ୟାମସୁନ୍ଦର ବଜାର କମିଟିର ଉପସଭାପତି ହରେକୃଷ୍ଣ ସାହୁ (୭୦)ଙ୍କର ପରଲୋକ ଘଟିଛି। ମାହାଙ୍ଗା ଥାନା ଅନ୍ତର୍ଗତ ବାଗସରପୁର ଗ୍ରାମର ବାସିନ୍ଦା ହରେକୃଷ୍ଣ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।

ସୂଚନା ଅନୁଯାୟୀ, ଅସୁସ୍ଥତା ସତ୍ତ୍ୱେ ସେ ବାଲିଚନ୍ଦ୍ରପୁରର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ତିନି ଦିନ ଧରି ମା’ଙ୍କ ସେବାରେ ନିୟୋଜିତ ଥିଲେ। ବୁଧବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ବିୟୋଗ ପରେ ମରଶରୀରକୁ ବାଲିଚନ୍ଦ୍ରପୁର ବଜାରକୁ ଅଣାଯାଇଥିଲା। ସେଠାରେ ବଜାର ପରିକ୍ରମା କରାଯିବା ପରେ ବଜାର କମିଟିର ସଭାପତି ପ୍ରଦୀପ୍ତ କୁମାର ପୃଷ୍ଟି, ସମ୍ପାଦକ ପ୍ରଭାସ କୁମାର ଦାସ, ବାଲିଚନ୍ଦ୍ରପୁର ସରପଞ୍ଚ ପ୍ରତିନିଧି ଅମୀୟ କୁମାର ସାହାଣୀ, ମାହାଙ୍ଗା ବିଜେଡି ସଭାପତି ରାଜକିଶୋର ଜେନା, ଲକ୍ଷ୍ମୀପୁର କମିଟି ସଭାପତି ପ୍ରଶାନ୍ତ ଚନ୍ଦ୍ର ସାମଲ, ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ରାଉତରାୟଙ୍କ ସମେତ କାର୍ତ୍ତିକ ଚନ୍ଦ୍ର ସେଠୀ, ଅକ୍ଷୟ କୁମାର ପରିଡ଼ା, ଗଣେଶ୍ୱର ଦାସ, ସଞ୍ଜୟ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ ଓ ହେମନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ।

ହରେକୃଷ୍ଣ ସାହୁଙ୍କ ବିୟୋଗରେ ବାଲିଚନ୍ଦ୍ରପୁର ଅଞ୍ଚଳର ବ୍ୟବସାୟୀ ଓ ସ୍ଥାନୀୟ ମହଲରେ ଶୋକ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *