ଜୟପାଟଣା (ଓଡ଼ିଶ୍ରୀସମ୍ବାଦ): ବାତ୍ୟା ଅର୍ଣ୍ଣଭର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଜୟପାଟଣାରେ ଜନଜୀବନ ବେହାଲ। ଲଗାତାର ବର୍ଷାରେ ଭୁଶୁଡ଼ି ପଡ଼ିଛି ଏକ ଘର। ଜୟପାଟଣା ବ୍ଲକ ଅନ୍ତର୍ଗତ ଗାନ୍ଧୀଗ୍ରାମ ପଡ଼ାର ମନ ପଟେଲଙ୍କ ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।
ବାତ୍ୟା ଅର୍ଣ୍ଣଭ ପ୍ରଭାବରେ ଜୟପାଟଣା ଅଞ୍ଚଳରେ ଲାଗି ରହିଛି ବର୍ଷା। ଲଗାତାର ବର୍ଷା ଯୋଗୁଁ ଗାନ୍ଧୀଗ୍ରାମ ପଡ଼ାର ମନ ପଟେଲଙ୍କ ଘର ଭୁଶୁଡ଼ି ପଡ଼ିଛି। ଘରର ଅଂଶ ଭାଙ୍ଗି ପଡ଼ିବାରୁ ପରିବାର ଲୋକେ ଅସୁବିଧାରେ ପଡ଼ିଛନ୍ତି। ତେବେ ଘଟଣାରେ କୌଣସି ଜୀବନହାନି ଘଟିଥିବା ସୂଚନା ମିଳିନାହିଁ।
ଘର ଭୁଶୁଡ଼ି ପଡ଼ିବା ପରେ କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଏବଂ କ୍ଷୟକ୍ଷତି ଆକଳନ କରିବାକୁ ଦାବି ହୋଇଛି।
ଜୟପାଟଣା, ୨୭/୦୯ (ଓଡ଼ିଶ୍ରୀ ସମ୍ବାଦ) | ରିପୋର୍ଟ- ସଞ୍ଜୀତ କୁମାର ନାଏକ: ବାତ୍ୟା ଅର୍ଣ୍ଣଭର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଜୟପାଟଣା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଲଗାତାର ବର୍ଷା ଯୋଗୁଁ ଜୟପାଟଣା ବ୍ଲକ ଅନ୍ତର୍ଗତ ଗାନ୍ଧୀଗ୍ରାମ ପଡ଼ାର ମନ ପଟେଲଙ୍କ ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।
ଘରର ଏକ ଅଂଶ ଭାଙ୍ଗି ପଡ଼ିବାରୁ ପରିବାର ଲୋକେ ଅସୁବିଧାରେ ପଡ଼ିଛନ୍ତି। ତେବେ ଘଟଣା ସମୟରେ ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ କୌଣସି ଜୀବନହାନି ଘଟିନଥିବା ଜଣାପଡ଼ିଛି।
ଘର ଭୁଶୁଡ଼ି ପଡ଼ିବା ପରେ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବା ସହ କ୍ଷୟକ୍ଷତିର ଆକଳନ କରିବାକୁ ଦାବି ହୋଇଛି।
