• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବିଂଝାରପୁରରେ ବିଜେଡିର ମିଶ୍ରଣ ପର୍ବ

Byodishri Live

Oct 5, 2026

ଦଶରଥପୁର: ବିଂଝାରପୁର ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଂଝାରପୁର ବ୍ଲକ ଆଉଁରି ପଞ୍ଚାୟତର କରପଦା ଗ୍ରାମର ୫ ଜଣ ବିଜେପି କର୍ମୀ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସୁଶାନ୍ତ ପ୍ରଧାନ, ବିଶ୍ୱଜିତ ଜେନା, ଦେବାନନ୍ଦ ସ୍ୱାଇଁ, ସତ୍ୟନାରାୟଣ ସେଠୀ ଓ କମଳ ଲୋଚନ ସୂତାର ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ନୂତନ କର୍ମୀମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ଅବସରରେ ପ୍ରମିଳା ମଲ୍ଲିକ ନୂତନ କର୍ମୀମାନଙ୍କୁ ବିଜେଡି ପରିବାରକୁ ସ୍ୱାଗତ କରିବା ସହ ଏକତା ଓ ସମର୍ପଣର ସହ ଜନସେବାକୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ।

ଏହାର ଗୋଟିଏ ଦିନ ପୂର୍ବରୁ ବିଜେପି ପକ୍ଷରୁ କିଛି ବିଜେଡି କର୍ମୀଙ୍କୁ ଦଳରେ ସାମିଲ କରାଯାଇଥିବା ଦାବି କରାଯାଇଥିଲା। ଏହାର ପରଦିନ ବିଜେପିର କିଛି କର୍ମୀ ବିଜେଡିରେ ଯୋଗଦେବା ଘଟଣାକୁ ନେଇ ବିଂଝାରପୁର ଅଞ୍ଚଳର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ବିଂଝାରପୁର ବିଧାନସଭା ଆସନରୁ ପ୍ରମିଳା ମଲ୍ଲିକ ବର୍ତ୍ତମାନ BJD ବିଧାୟିକା ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *