• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କଁସିଲ ବିକାଶ ଯୁବା ମଞ୍ଚ ପକ୍ଷରୁ ନୂଆଁଖାଇ ଭେଟଘାଟ-୨୦୨୬

Byodishri Live

Oct 5, 2026

ମୁରିବାହାଲ/ବଙ୍ଗୋମୁଣ୍ଡା, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକର କଁସିଲ ଗ୍ରାମରେ କଁସିଲ ବିକାଶ ଯୁବା ମଞ୍ଚ ପକ୍ଷରୁ ନୂଆଁଖାଇ ଭେଟଘାଟ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ମା’ ସମଲେଇଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଆୟୋଜକ କମିଟି ସଭାପତି ହେମରାଜ ସାହୁଙ୍କ ସଭାପତିତ୍ୱରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରାଜୀବ ସଗରିଆ ମୁଖ୍ୟବକ୍ତା ଥିବାବେଳେ ମୁରିବାହାଲ ଏବିଇଓ କୋଦଣ୍ଡଧର ଭୋଇଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ସିନ୍ଧେକେଲା ଥାନା ପୁଲିସ ପ୍ରତିନିଧି ଓ ବିଧାୟକଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଯୋଗଦେଇଥିଲେ।

ଅତିଥିମାନେ କହିଥିଲେ ଯେ, ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାର ଏକ ପର୍ବ ନୁହେଁ, ଏହା ମାଟି, କୃଷି, ସଂସ୍କୃତି, ଭାତୃତ୍ୱ ଓ ସାମାଜିକ ଏକତାର ପ୍ରତୀକ। ନୂଆଁଖାଇ ଭେଟଘାଟ ମାଧ୍ୟମରେ ଭାଇଚାରା ଓ ସାମାଜିକ ସମ୍ପର୍କ ଆହୁରି ମଜବୁତ ହୁଏ ବୋଲି ସେମାନେ ମତ ଦେଇଥିଲେ।

କଁସିଲ ବିକାଶ ଯୁବା ମଞ୍ଚର ପ୍ରତିଷ୍ଠାତା କେକୀ ସିଂ ଭୋଇ ଓ ନରେଶ ଦେହୁରୀ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ଜାତେକଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଚୀ ପାଣିଗ୍ରାହୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ଅଞ୍ଚଳର ବିଭିନ୍ନ କ୍ଷେତ୍ରର ପ୍ରତିଭାଧାରୀଙ୍କୁ ମାନପତ୍ର, ଉପଢ଼ୌକନ, ପୁଷ୍ପଗୁଚ୍ଛ ଓ ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ପରେ ତୁଷରା ସାନବଡ଼ ଘୁଡୁକାବାଲା, ଟିଟିଲାଗଡ଼ ନ୍ୟୁ ଲାଇଫ୍‌ ଡାନ୍ସ ଗ୍ରୁପ୍‌ ସମେତ ବିଭିନ୍ନ କଳାକାରଙ୍କ ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ସାଂସ୍କୃତିକ ସନ୍ଧ୍ୟାକୁ ବହୁ ସଂଖ୍ୟକ ଦର୍ଶକ ଉପଭୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *