• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଏମଏମଡିଆର ବିଲ୍ ପ୍ରତ୍ୟାହାର ସହ ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟର ବିଶାଳ ପ୍ରତିବାଦ ସଭା

Byodishri Live

Oct 7, 2026

କେନ୍ଦୁଝର: ଏମଏମଡିଆର ବିଲ୍ ପ୍ରତ୍ୟାହାର ସମେତ ବିଭିନ୍ନ ଦାବି ନେଇ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ଆଜି କେନ୍ଦୁଝର ସହରର କାଳୀ ପଡ଼ିଆଠାରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏଥିରେ ହଜାର ହଜାର କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର କର୍ମୀ ଯୋଗଦେଇଥିଲେ।

‘ଆମ ଅଧିକାର, ଆମର ଦାବି’ ପାଇଁ ଏହି ଲଢ଼େଇ ବୋଲି କଂଗ୍ରେସ ପ୍ରଭାରୀ ଲଲାଜୀ ଭାଇ ଦେଶାଇ କହିଥିଲେ। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ପାଠ୍ୟପୁସ୍ତକ ମୁଦ୍ରଣରେ ତ୍ରୁଟି ଅଭିଯୋଗ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ୟୁପିଆରେ ୪ ପ୍ରତିଶତ ଅଧିକ ରିହାତି ନେବାକୁ ବିରୋଧ କରି ଏହି ପ୍ରତିବାଦ ସଭା ଆୟୋଜିତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ କଂଗ୍ରେସ ଭବନ ନିକଟରୁ ଯୁବ କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। କଂଗ୍ରେସ ନେତା ଓ କର୍ମୀମାନେ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପ୍ରତିବାଦ ସଭାରେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନା ସଭାପତିତ୍ୱ କରିଥିଲେ।

ଏହି ସଭାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡମ, ଏଆଇସିସି ସମ୍ପାଦକ ମୟୁର ଜୟକୁମାର, ବିଧାୟକ ତାରାପ୍ରସାଦ ବାହିନୀପତି, ପିସିସି ଉପସଭାପତି ଅସିତ ପଟ୍ଟନାୟକ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଅଳିକିଶୋର ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, କୃଷ୍ଣଚନ୍ଦ୍ର ମହାନ୍ତି, ଆଲୋକ ମିଶ୍ର, ପୂର୍ବତନ ସାଂସଦ ଯଶୋବନ୍ତ ଲାଗୁରି, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ମୋହନ ପରିଡ଼ା, ବିନୋଦ ବିହାରୀ ନାଏକ, ସୁନେଶ ଧୀର, ସୁଦୀପ୍ତ ମିଶ୍ର, ଶୁଭମ ରାଜ, ଲଳିତ ମୋହନ ନାୟକ, ସୁବ୍ରତ କୁମାର ଚକ୍ର, ଚିତ୍ତରଞ୍ଜନ ପାତ୍ର, ସୁଢଳ କୁମାର ସେଠୀ ଓ ରସିକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଶେଷରେ ପିସିସି ସମ୍ପାଦକ ସଂଗ୍ରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *