• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଜୟପାଟଣା NAC ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ, ନିର୍ବାଚନୀ ରଣନୀତି ଉପରେ ମାନସମନ୍ଥନ

Byodishri Live

Oct 8, 2026

ଜୟପାଟଣା, (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ଆଗାମୀ NAC ନିର୍ବାଚନକୁ ନେଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ NAC ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଜୟପାଟଣା NAC ନିର୍ବାଚନକୁ ନେଇ ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା। ନିର୍ବାଚନୀ ରଣନୀତି, ସାଂଗଠନିକ ପ୍ରସ୍ତୁତି ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ସମ୍ପର୍କରେ ନେତା ଓ କର୍ମୀମାନେ ମାନସମନ୍ଥନ କରିଥିଲେ।

ବୈଠକରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିବା ବେଳେ ବିଜେଡିର ବହୁ ସକ୍ରିୟ ସଦସ୍ୟ ଓ କର୍ମୀ ଉପସ୍ଥିତ ଥିଲେ।

ଆଗାମୀ NAC ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ତୃଣମୂଳସ୍ତରରେ ସଂଗଠନକୁ ଆହୁରି ସକ୍ରିୟ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *