• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଗର୍ଭବତୀଙ୍କୁ ଆଣିବା ବେଳେ ଜନନୀ ଏକ୍ସପ୍ରେସ୍‌ର ଚକା ଭାଙ୍ଗିଲା, ମଝି ରାସ୍ତାରେ ଅଚଳ

Byodishri Live

Oct 8, 2026

ବରୀ, (ଓଡ଼ିଶ୍ରୀ ସମ୍ବାଦ): ସ୍ୱାସ୍ଥ୍ୟ ବିଭାଗର ଜରୁରୀକାଳୀନ ସେବାରେ ନିୟୋଜିତ ଜନନୀ ଏକ୍ସପ୍ରେସ୍‌ର ଦୟନୀୟ ଚିତ୍ର ବରୀ ବଜାରରେ ଦେଖିବାକୁ ମିଳିଛି। ଗର୍ଭବତୀ ମହିଳାଙ୍କୁ ଆଣିବାକୁ ଯାଉଥିବା ବେଳେ ଗାଡ଼ିର ଆଗ ଚକା ହଠାତ୍ ଭାଙ୍ଗି ଯାଇଥିବାରୁ ଏହା ମଝି ରାସ୍ତାରେ ଅଚଳ ହୋଇପଡ଼ିଥିଲା।

ସୂଚନା ଅନୁଯାୟୀ, ଆଜି ସକାଳେ ବରୀ ଅଞ୍ଚଳର ରମ୍ପା ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ଆଣିବା ପାଇଁ ଜନନୀ ଏକ୍ସପ୍ରେସ୍‌ ଯାଇଥିଲା। ତେବେ ବରୀ ବଜାର ଦେଇ ଯାଉଥିବା ସମୟରେ ହଠାତ୍ ଗାଡ଼ିର ଆଗ ଚକା ଭାଙ୍ଗି ଗାଡ଼ିଠାରୁ ଅଲଗା ହୋଇଯାଇଥିଲା। ଫଳରେ ଗାଡ଼ିଟି ଆଗକୁ ଯାଇ ନପାରି ରାସ୍ତା ମଝିରେ ଅଟକି ରହିଥିଲା।

ସୌଭାଗ୍ୟବଶତଃ ସେହି ସମୟରେ ଗାଡ଼ିରେ କୌଣସି ରୋଗୀ ନଥିବାରୁ ବଡ଼ ଅଘଟଣ ଘଟିନଥିଲା। ଡ୍ରାଇଭର ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଦୀର୍ଘ ସମୟ ଧରି ଜନନୀ ଏକ୍ସପ୍ରେସ୍‌ଟି ରାସ୍ତା ମଝିରେ ପଡ଼ି ରହିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।

ଜରୁରୀକାଳୀନ ସେବା ଯୋଗାଉଥିବା ଏଭଳି ଗାଡ଼ିର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ହେଉନଥିବାରୁ ଏପରି ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘଟେ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଜନନୀ ଏକ୍ସପ୍ରେସ୍‌ଗୁଡ଼ିକର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *