କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): କ୍ରସର କିଣାବିକା ମାମଲାକୁ ନେଇ ବିଜେଡି ନେତା ରାଜା ଚକ୍ରଙ୍କ ଅଡ଼ୁଆ ବଢ଼ିଛି। ଏହି ମାମଲାର ତଦନ୍ତ ପାଇଁ ଅର୍ଥନୈତିକ ଅପରାଧ ଶାଖା (EOW) ପକ୍ଷରୁ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୁନଝରଣ ଗାଁରେ ଚଢ଼ାଉ କରାଯାଇ ବିଭିନ୍ନ ଦିଗରୁ ଯାଞ୍ଚ କରାଯାଇଛି।
ଡିଏସ୍ପିଙ୍କ ନେତୃତ୍ୱରେ EOWର ଚାରିଜଣିଆ ଟିମ୍ ନୁନଝରଣ ଗାଁରେ ପହଞ୍ଚି ଏହି ଯାଞ୍ଚ କରିଥିଲା। ଏଥିରେ ତହସିଲ କାର୍ଯ୍ୟାଳୟର ଏକ ଟିମ୍ ମଧ୍ୟ ସାମିଲ ହୋଇଥିଲା।
କ୍ରସର କିଣାବିକା ସମ୍ପର୍କିତ ମାମଲାରେ ତଦନ୍ତକାରୀ ଟିମ୍ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରିଥିବା ଜଣାପଡ଼ିଛି। ତେବେ ଏହି ଯାଞ୍ଚରୁ କେଉଁ ତଥ୍ୟ ସାମ୍ନାକୁ ଆସିଛି, ସେନେଇ ବିସ୍ତୃତ ସୂଚନା ମିଳିନାହିଁ।
