• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ନିଶ୍ଚିନ୍ତକୋଇଲି ସାହିତ୍ୟ ମହୋତ୍ସବ ଅନୁଷ୍ଠିତ

Byodishri Live

Oct 11, 2026

ଦ୍ୱିତୀୟ ଶ୍ରୀଚୈତନ୍ୟ ଯଦୁମଣି ସ୍ୱାଇଁଙ୍କ ୧୦୧ତମ ଜୟନ୍ତୀ, ସାରଦୀୟ କବି ସମ୍ମିଳନୀ ଓ ମାଳିକା ରଚନା ଦିବସ ପାଳିତ

ମାହାଙ୍ଗା,(ଓଡ଼ିଶ୍ରୀ ସମ୍ବାଦ): ଦ୍ୱିତୀୟ ଶ୍ରୀଚୈତନ୍ୟ କୀର୍ତ୍ତନଗୁରୁ ନାମାଚାର୍ଯ୍ୟ ଯଦୁମଣି ସ୍ୱାଇଁ ଓ ଭାନୁମତୀ ଦେବୀ ସ୍ମୃତି ସଂସଦ ପକ୍ଷରୁ ନିଶ୍ଚିନ୍ତକୋଇଲି ସାହିତ୍ୟ ମହୋତ୍ସବ ଅବସରରେ ଯଦୁମଣି ସ୍ୱାଇଁଙ୍କ ୧୦୧ତମ ଜୟନ୍ତୀ, ସାରଦୀୟ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ସହିତ ମାଳିକା ଗବେଷଣା ପ୍ରତିଷ୍ଠାନର ‘ମାଳିକା ରଚନା ଦିବସ’ ପବିତ୍ର ମହାଳୟା ତିଥିରେ ନିଶ୍ଚିନ୍ତକୋଇଲି ବଜାର କମିଟି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା-ଅଧ୍ୟକ୍ଷ ଇଂ. ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ୱାଇଁଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମଟି ତିନୋଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଥିଲା।

ପ୍ରଥମ ଅଧିବେଶନରେ ଦ୍ୱିତୀୟ ଶ୍ରୀଚୈତନ୍ୟ କୀର୍ତ୍ତନଗୁରୁ ନାମାଚାର୍ଯ୍ୟ ଯଦୁମଣି ସ୍ୱାଇଁଙ୍କ ଜୀବନୀ, ସ୍ମୃତି ଓ କୀର୍ତ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଶିକ୍ଷାବିତ୍ ଫକୀର ଚରଣ ନାୟକଙ୍କ ସଭାପତିତ୍ୱରେ କବି ତଥା ‘ଉର୍ବୀ’ର ସମ୍ପାଦକ ଶ୍ରୀଧର ଶେଖର ମହାପାତ୍ର ମୁଖ୍ୟ ଅତିଥି, ଶିକ୍ଷାବିତ୍ ଶାରଦା ମିଶ୍ର ସମ୍ମାନିତ ଅତିଥି ଏବଂ ପ୍ରବଚକ ଶରତ ଚନ୍ଦ୍ର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯଦୁମଣି ସ୍ୱାଇଁଙ୍କ ଦିବ୍ୟ ଜୀବନ ଓ ସ୍ମୃତିକୀର୍ତ୍ତି ଉପରେ ଆଲୋକପାତ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ସାରଦୀୟ କବି ସମ୍ମିଳନୀ ଓ ଯଦୁମଣି ସ୍ୱାଇଁଙ୍କ ଜୀବନୀ ଏବଂ ସ୍ମୃତିକୀର୍ତ୍ତିକୁ ଆଧାର କରି ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ସନ୍ଥ ବିଶ୍ୱନାଥ ମହାରାଜ ମୁଖ୍ୟ ଅତିଥି, ସମାଜସେବୀ ଭାସ୍କର ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଏବଂ ପ୍ରାକ୍ତନ ଅଧ୍ୟକ୍ଷ ବିରୁପାକ୍ଷ ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ତୃତୀୟ ଅଧିବେଶନରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଭବିଷ୍ୟତ ମାଳିକା ଏବଂ ପବିତ୍ର ମହାଳୟା ତିଥିରେ ‘ମାଳିକା ରଚନା ଦିବସ’ ପାଳନ ପରମ୍ପରା ଉପରେ ଆଲୋଚନା ହୋଇଥିଲା। ଏଥିରେ ବରିଷ୍ଠ ସନ୍ଥ ଅନାମ ଚରଣ ମୁନି ମୁଖ୍ୟ ଅତିଥି, ବରିଷ୍ଠ କବି, ସାମ୍ବାଦିକ ଓ ସମାଜସେବୀ ଅକ୍ଷୟ କୁମାର ଦାସ ସମ୍ମାନିତ ଅତିଥି, ଡ. ନିଖିଳେଶ ପଦ ମହାନ୍ତି ମୁଖ୍ୟବକ୍ତା ଏବଂ ବିଷ୍ଣୁ ଚରଣ ମିଶ୍ର ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ।

ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ କବି ପ୍ରଫୁଲ୍ଲ ସିଂ, କବୟିତ୍ରୀ ଗୀତାଞ୍ଜଳି ଭୂୟାଁ, କବି ହେମନ୍ତ କୁମାର ସାହୁ, କବି ପ୍ରଫୁଲ୍ଲ ସାହୁ, କବୟିତ୍ରୀ ସବିତା ଶତପଥୀ, କବି ଦେବେନ୍ଦ୍ର ଲେଙ୍କା, କବୟିତ୍ରୀ ଦୀପାଞ୍ଜଳି ମିଶ୍ର, କବି କ୍ଷୀରୋଦ କୁମାର ଦାସ, କବି ଫକୀର ଚରଣ ନାୟକ, କବୟିତ୍ରୀ ଗୀତାଞ୍ଜଳି ନାୟକ ଓ କବୟିତ୍ରୀ ଲତା ବେହେରାଙ୍କ ସମେତ ବହୁ କବି, ଲେଖକ ଓ ସାହିତ୍ୟିକ ଅଂଶଗ୍ରହଣ କରିଥିଲେ। ସେମାନେ ନିଜ କବିତା ମାଧ୍ୟମରେ ଯଦୁମଣି ସ୍ୱାଇଁଙ୍କ ଜୀବନୀ ଓ ନିଶ୍ଚିନ୍ତକୋଇଲି ସାହିତ୍ୟ ମହୋତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ।

ମହୋତ୍ସବର ପ୍ରତିଷ୍ଠାତା-ଅଧ୍ୟକ୍ଷ ତଥା ଆବାହକ ଇଂ. ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ କବି, ଲେଖକ, ସାହିତ୍ୟିକ, ସମାଜସେବୀ, ସାମ୍ବାଦିକ, ନିଶ୍ଚିନ୍ତକୋଇଲି ବଜାର କମିଟିର କର୍ମକର୍ତ୍ତା, ଅଞ୍ଚଳର ବୁଦ୍ଧିଜୀବୀ, ବିଭିନ୍ନ ସାହିତ୍ୟ ଅନୁଷ୍ଠାନ, ଶୁଭେଚ୍ଛୁ ଓ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ।

ଶେଷରେ ଅତିଥିମାନଙ୍କ ଦ୍ୱାରା କବି, କବୟିତ୍ରୀ, ଲେଖକ, ସାହିତ୍ୟିକ, ସମାଜସେବୀ, ସାମ୍ବାଦିକ, ମାଳିକାବିତ୍ ଓ ସାଧୁସନ୍ଥମାନଙ୍କୁ ନିଶ୍ଚିନ୍ତକୋଇଲି ସାହିତ୍ୟ ମହୋତ୍ସବ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜଳଯୋଗ ପରେ ମହୋତ୍ସବ ଉଦ୍‌ଯାପିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *