ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): ଆଜ୍ଞା ସାହିତ୍ୟ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ଗବେଷଣାଧର୍ମୀ ପୁସ୍ତକ ‘ଆଶ୍ରିକପୁରି ରୁ ମର୍ତ୍ତ୍ୟଗିରି’ର ଇଂରାଜୀ ସଂସ୍କରଣ ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବରିଷ୍ଠ ନାଗରିକ ମଞ୍ଚ ପରିସରରେ ଲୋକାର୍ପିତ ହୋଇଛି।
ଗବେଷକ ମାନସ କୁମାର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ସଭାରେ ପ୍ରଫେସର ଡକ୍ଟର ଅକ୍ଷୟ କୁମାର ଲେଙ୍କା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ମୁଖ୍ୟବକ୍ତା ଏବଂ ଡକ୍ଟର ସନ୍ତୋଷ ମହାପାତ୍ର ଓ ପୂର୍ବତନ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡକ୍ଟର ରବୀନ୍ଦ୍ର ବିହାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପଣ କରିଥିଲେ।
ଏହି ଗବେଷଣାଧର୍ମୀ ପୁସ୍ତକ ଦେଶ ତଥା ବିଶ୍ୱର ବିଭିନ୍ନ ଗବେଷକଙ୍କ ପାଇଁ ଉପଯୋଗୀ ହେବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
ଏହି ଅବସରରେ ସମ୍ବଲପୁରର ସାମ୍ବାଦିକ ହେମନ୍ତ ଭଞ୍ଜ, ସୁନ୍ଦରଗଡ଼ର ରାଜୁ କୁମାର ପଟେଲ, ଦୁର୍ଯ୍ୟୋଧନ ଗଉଡ଼ିଆ, ସୁଶ୍ରୀ ପରିଡ଼ା, ପ୍ରଶାନ୍ତ ସାମଲ, ସନ୍ତୋଷ କୁମାର ସାହୁ ଓ ସତ୍ୟବ୍ରତ ନାୟକଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷ ଏବଂ ଶିକ୍ଷାକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମକୁ ଦେବାଶିଷ ପଣ୍ଡା, ସୁଶୀଳ କୁମାର ଜେନା, ପ୍ରେମଲତା ମହାରଣା, ବିନୋଦ ବିହାରୀ ବିନ୍ହାର ଓ ବିଶ୍ୱଜିତ ପରିଡ଼ାଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ। ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା। ଶେଷରେ ଅଧ୍ୟାପିକା ବନିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
