ନୂଆଗାଁ, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକର ସାରଙ୍ଗଗଡ଼ଠାରେ ଆଗାମୀ ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଦିବସର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମାନବାଧିକାର ସୁରକ୍ଷା, ସାମାଜିକ ନ୍ୟାୟ ପ୍ରତିଷ୍ଠା ଏବଂ ଜନସାଧାରଣଙ୍କ ମଧ୍ୟରେ ଅଧିକାର ସମ୍ପର୍କିତ ସଚେତନତା ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା।
ବୈଠକରେ ମୁଖ୍ୟ ଅତିଥି ଭାବେ ସଂଗଠନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡାକ୍ତର ମୀନକେତନ ପଟ୍ଟନାୟକ ଯୋଗଦେଇଥିଲେ। ମାନବାଧିକାର ସୁରକ୍ଷାର ବାର୍ତ୍ତାକୁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ଦିନରେ ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ବାର୍ଷିକ ଉତ୍ସବର ଆୟୋଜନ, କାର୍ଯ୍ୟକ୍ରମର ରୂପରେଖ ଏବଂ ସଂଗଠନର ସାଙ୍ଗଠନିକ ସୁଦୃଢ଼ୀକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସମାଜର ଅବହେଳିତ, ନିଷ୍ପେଷିତ ଓ ବିଭିନ୍ନ ସୁବିଧାରୁ ବଞ୍ଚିତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ସହ ସେମାନଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ସମସ୍ତ ସଦସ୍ୟ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।
ବୈଠକରେ ସଂଗଠନର ମହିଳା ରାଜ୍ୟ ସଭାପତି ପ୍ରଭାସିନୀ ନନ୍ଦ, ରାଜ୍ୟ ଜନସମ୍ପର୍କ ଅଧିକାରୀ ପବନ କୁମାର ପଟ୍ଟନାୟକ, ଘୁ. ଉଦୟଗିରି ବ୍ଲକ ସଭାପତି ବାସୁଦେବ ପ୍ରଧାନ, ସମ୍ପାଦକ ଉଦ୍ଧବ ପ୍ରଧାନ, ଦାରିଙ୍ଗବାଡ଼ି ବ୍ଲକ ସଭାପତି କ୍ଷୀରୋଦ ଚନ୍ଦ୍ର ନାୟକ, ସମ୍ପାଦକ ଜେମ୍ସ ଜୋସେଫ ନାୟକ, କ. ନୂଆଗାଁ ବ୍ଲକ ସଭାପତି ମିଟୁ ଓରଫ ସୁଶାନ୍ତ କୁମାର ପାଢ଼ୀ, ସମ୍ପାଦକ ସନ୍ତୋଷ କୁମାର ପାଣିଗ୍ରାହୀ, ବ୍ଲକ ମହିଳା ସଭାନେତ୍ରୀ ଅନ୍ନପୂର୍ଣ୍ଣା ପାତ୍ର, ସମ୍ପାଦିକା ଝରଣା ପ୍ରଧାନ ଓ ମହିଳା ଜିଲ୍ଲା ସଭାନେତ୍ରୀ ଫେମାନୀ ନାୟକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ।
ଶେଷରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନବାଧିକାର ସୁରକ୍ଷା ଏବଂ ଜନସଚେତନତା ସୃଷ୍ଟି ଦିଗରେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ। ଘୁ. ଉଦୟଗିରି ବ୍ଲକ ସଭାପତି ବାସୁଦେବ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
