• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଶ୍ରୀମାଧବ ହିଁ ଶ୍ରୀଜଗନ୍ନାଥଙ୍କ ଆଦି ସ୍ୱରୂପ, ଅହମଦାବାଦରେ କଳ୍କୀ କଥା ଓ ଭାଗବତ ମହାପୁରାଣ ସତସଙ୍ଗ ଶୁଭାରମ୍ଭ

Byodishri Live

Oct 15, 2026

ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ଶ୍ରୀମାଧବ ହିଁ ଭଗବାନ ଶ୍ରୀଜଗନ୍ନାଥଙ୍କ ଆଦି ସ୍ୱରୂପ—ଏହି ଆଧ୍ୟାତ୍ମିକ ବିଷୟବସ୍ତୁକୁ ନେଇ ଗୁଜରାଟର ଅହମଦାବାଦସ୍ଥିତ ଶ୍ରୀ କଳ୍କୀ ଧାମ, କଳ୍କୀ ପ୍ରେରଣା ପୀଠର କଳ୍କୀ ସତସଙ୍ଗ ହଲ୍‌ରେ କଳ୍କୀ କଥା ଓ ଭାଗବତ ମହାପୁରାଣ ସତସଙ୍ଗ ଶୁଭାରମ୍ଭ ହୋଇଛି।

ବିଶ୍ୱ ସନାତନ ସେବା ଟ୍ରଷ୍ଟ, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ, ଭାରତ ଏବଂ ଶ୍ରୀ କଳ୍କୀ ଧାମ ପ୍ରେରଣା ପୀଠ, ଅହମଦାବାଦର ମିଳିତ ତତ୍ତ୍ୱାବଧାନରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରବକ୍ତା ପରମ ପୂଜ୍ୟ ପଣ୍ଡିତ ଡଃ କାଶୀନାଥ ମିଶ୍ର କଳ୍କୀ କଥା, ଶ୍ରୀମାଧବଙ୍କ ସ୍ୱରୂପ ଓ ଭାଗବତ ମହାପୁରାଣ ସମ୍ପର୍କରେ ବିଭିନ୍ନ ଆଧ୍ୟାତ୍ମିକ ତଥ୍ୟ ଓ ରୋଚକ ବିଷୟ ଉପସ୍ଥାପନ କରିଥିଲେ। ତାଙ୍କର ପ୍ରବଚନ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଆନନ୍ଦିତ କରିଥିଲା।

ଏହି ଅବସରରେ ଶ୍ରୀ ନୀଳମାଧବଙ୍କ ୧୨ଟି ଦିବ୍ୟ ବେଶ ପ୍ରଦର୍ଶନ କରାଯାଇଥିଲା। ଉଦ୍‌ଘାଟନୀ ସମାରୋହରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ସଭାପତି ଡଃ ନାରାୟଣ ମହାପାତ୍ରଙ୍କ ସମେତ ବିଜୟ ମୋହନ ପଣ୍ଡା, ହେମନ୍ତ ମହାନ୍ତି ଓ ଶ୍ରୀନିବାସ ରାଓ ପ୍ରମୁଖ ଓଡ଼ିଶାରୁ ଯୋଗ ଦେଇଥିଲେ।

ଆୟୋଜକଙ୍କ ସୂଚନା ଅନୁଯାୟୀ, ଏହି ସତସଙ୍ଗ ୧୪ ଅକ୍ଟୋବରରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ପଣ୍ଡିତ ଡଃ କାଶୀନାଥ ମିଶ୍ର ନିଜର ପ୍ରବଚନ ଓ ଆଶୀର୍ବଚନ ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଭାବଧାରାରେ ଅନୁପ୍ରାଣିତ କରିବେ। ଏହି ସତସଙ୍ଗରେ ବହୁ ସଂଖ୍ୟାରେ ଯୋଗଦେଇ ପ୍ରଭୁଙ୍କ କୃପା ଲାଭ କରିବାକୁ ଆୟୋଜକଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଆହ୍ୱାନ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *