• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଖୁବେଲ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ମହାଆଳତି ସହ ଚାଲିଛି ମା’ ଦକ୍ଷିଣକାଳୀଙ୍କ ୯ ଦିନିଆ ସ୍ୱତନ୍ତ୍ର ପୂଜା

Byodishri Live

Oct 15, 2026

ଚାରମାଳ, (ଓଡ଼ିଶ୍ରୀ ସମ୍ବାଦ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ଖୁବେଲ ମନ୍ଦିରରେ ମା’ ଦକ୍ଷିଣକାଳୀଙ୍କ ସମେତ ପୀଠର ଅନ୍ୟ ଦେବାଦେବୀଙ୍କ ନଅ ଦିନିଆ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଭକ୍ତିମୟ ପରିବେଶରେ ଚାଲିଛି। ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ଭବ୍ୟ ମହାଆଳତି ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି।

ସ୍ୱତନ୍ତ୍ର ନୀତିକାନ୍ତିରେ ମା’ଙ୍କ ପୂଜାର୍ଚ୍ଚନା

ନଅ ଦିନ ଧରି ଚାଲିଥିବା ଏହି ବିଶେଷ ପୂଜା ଅବସରରେ ପ୍ରତିଦିନ ସୂର୍ଯ୍ୟୋଦୟଠାରୁ ମା’ଙ୍କ ପଞ୍ଚୋପଚାର ପୂଜା କରାଯିବା ସହ ବିଭିନ୍ନ ବେଶରେ ସଜ୍ଜିତ କରାଯାଉଛି। ମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କ ପୀଠରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ଭୋଗ ଓ ଆରାଧନା କରାଯାଉଛି।

ସନ୍ଧ୍ୟା ହେବା ମାତ୍ରେ ଘଣ୍ଟ, ଶଙ୍ଖ, କାହାଳି ଓ ମନ୍ତ୍ରଧ୍ୱନିରେ ମନ୍ଦିର ପରିସର ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠୁଛି।

ମହାଆଳତି ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ମା’ ଦକ୍ଷିଣକାଳୀଙ୍କ ସନ୍ଧ୍ୟା ମହାଆଳତି ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିବା ପାଇଁ ସ୍ଥାନୀୟ ଅଞ୍ଚଳ ସମେତ ଦୂରଦୂରାନ୍ତରୁ ଶତାଧିକ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚୁଛନ୍ତି। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ମନ୍ଦିରର ମୁଖ୍ୟ ସେବାୟତ ଅନନ୍ତରାମ ମହାପାତ୍ରଙ୍କ ସମେତ ପ୍ରକାଶଚନ୍ଦ୍ର ବଡ଼ମାଳୀ, ପବିତ୍ର ବଡ଼ମାଳୀ, ସୌରଭ ମହାପାତ୍ର, ଅତ୍ରାହି ମହାପାତ୍ର, ରାମଚନ୍ଦ୍ର ମହାପାତ୍ର ଓ ଉତ୍ତମ ବଡ଼ମାଳୀଙ୍କ ମିଳିତ ସହଯୋଗରେ ପୂଜାକାର୍ଯ୍ୟ ସୁଚାରୁରୂପେ ପରିଚାଳିତ ହେଉଛି।

Spread the love

Leave a Reply

Your email address will not be published. Required fields are marked *