ଦଶରଥପୁର, (ଓଡ଼ିଶ୍ରୀ ସମ୍ବାଦ): ଦଶରଥପୁର ବ୍ଲକ ଅନ୍ତର୍ଗତ ସାଧୁ ଗୌରେଶ୍ୱର ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ବିଜୟକୁ ନେଇ ଦୁଦୁରାଅଣ୍ଟା ପଞ୍ଚାୟତର ବିଜେଡି କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଏହି ବିଜୟକୁ ନେଇ କର୍ମୀମାନେ ବାଣ ଫୁଟାଇବା ସହ ମିଠା ବାଣ୍ଟି ଖୁସି ମନାଇଥିଲେ।
ଗୁଡ଼ିଆପାଟଣା ଗ୍ରାମ ନିକଟରେ ଆୟୋଜିତ ଏହି ଖୁସି ଉତ୍ସବରେ ସରପଞ୍ଚଙ୍କ ପ୍ରତିନିଧି ରଶ୍ମିରଞ୍ଜନ ସେଠୀ, ପଞ୍ଚାୟତ ସଭାପତି ପିତାମ୍ବର ମାଝୀ, ସମିତି ସଭ୍ୟାଙ୍କ ପ୍ରତିନିଧି ଶିଶିର କୁମାର ରାଉତଙ୍କ ସମେତ ଶୁଭ୍ରଜ୍ୟୋତି କୁଅଁର, ରାଜେନ୍ଦ୍ର ସାହୁ, ପିନାକୀ ଦାସ, ସତ୍ୟପ୍ରକାଶ ନାୟକ, ଓମପ୍ରକାଶ ସାହୁ, ପ୍ରକାଶ ସାହୁ, ଗୋବିନ୍ଦ ତ୍ରିପାଠୀ, ହିମାଂଶୁ ସାହୁ, ସତ୍ୟପ୍ରକାଶ ସାହୁ, ପ୍ରଶାନ୍ତ ତ୍ରିପାଠୀ, ପ୍ରଭାସ ସାହୁ, ଆଶୁତୋଷ ସାହୁ, ବିଶ୍ୱଜିତ ଦାସ ଓ ଧୀରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ଦୁଦୁରାଅଣ୍ଟା ପଞ୍ଚାୟତରୁ ସାଧୁ ଗୌରେଶ୍ୱର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ପାଇଁ ମୋଟ ୩୪ ଜଣ ଛାତ୍ରଛାତ୍ରୀ ଭୋଟର ଥିବାବେଳେ ୪ ଜଣ ଅନୁପସ୍ଥିତ ଥିଲେ। ବିସିଜେଡି ସପକ୍ଷରେ ୨୫ଟି ଭୋଟ ଯାଇଥିବା ପଞ୍ଚାୟତ ବିଜେଡି ସଭାପତି ପିତାମ୍ବର ମାଝୀ କହିଛନ୍ତି।
ଏହି ସଫଳତା ପଛରେ ସମସ୍ତ କର୍ମୀଙ୍କ ମିଳିତ ପ୍ରୟାସ ରହିଥିବା କହିଛନ୍ତି ସରପଞ୍ଚଙ୍କ ପ୍ରତିନିଧି ରଶ୍ମିରଞ୍ଜନ ସେଠୀ। ଏହି ନିର୍ବାଚନୀ ଫଳାଫଳ ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।
