• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ: ବଳଦେବ ଜୀଉ ମନ୍ଦିରରେ ଜିଲ୍ଲା ବିଜେଡି ପକ୍ଷରୁ ଦୀପଦାନ

Byodishri Live

Oct 16, 2026

କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲ୍ଲା ବିଜେଡି ପକ୍ଷରୁ ଶ୍ରୀ ବଳଦେବ ଜୀଉ ମନ୍ଦିରରେ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି।

ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଦଳର ବହୁ ନେତା ଓ କର୍ମୀ ମନ୍ଦିରରେ ପହଞ୍ଚି ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଦୀପଦାନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ପୂର୍ବତନ ନଗରପାଳ ପ୍ରଭଞ୍ଜନ ପଟ୍ଟନାୟକ ଓ ମୀନା ମାଝୀ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ବିଜେଡି ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, କାଉନସିଲର ଇଂ. କେକି କାକଳି କୁମୁରା, ସମାଜସେବୀ ଦିଲୀପ କୁମାର ସାହୁ, ରକ୍ଷାକର ସାହୁ, ସିଦ୍ଧେଶ୍ୱର ସାହୁ, ସଞ୍ଜୀବ ଝରା ଓ ଜଗଦୀଶ ବାବୁଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ।

ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଅବସର କରି ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଦଳୀୟ କର୍ମୀମାନେ ତାଙ୍କର ସୁସ୍ଥତା ଓ ଦୀର୍ଘାୟୁ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *