• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଜଳେଶ୍ୱର ପାଇଁ ଗୌରବ ଆଣିଲେ ଡାକ୍ତର ସାଇସ୍ନିଗ୍ଧ ମହାନ୍ତି, ମିଳିଲା ଡା. ଆର୍. ଅହମ୍ମଦ ଜାତୀୟ ଛାତ୍ର ପୁରସ୍କାର

Byodishri Live

Oct 20, 2026

ଜଳେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): ଚିକିତ୍ସା ଓ ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଳେଶ୍ୱରର ଯୁବ ଡାକ୍ତର ସାଇସ୍ନିଗ୍ଧ ମହାନ୍ତିଙ୍କୁ ସମ୍ମାନଜନକ ଡା. ଆର୍. ଅହମ୍ମଦ ଜାତୀୟ ଛାତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଅସହାୟ ଓ ଜନଜାତି ସମୁଦାୟର ଲୋକଙ୍କ ପାଇଁ ମାଗଣା ଦନ୍ତ ଚିକିତ୍ସା ଶିବିର ଆୟୋଜନ ସହ ମୁଖ ଓ ଦନ୍ତ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିବାରୁ ତାଙ୍କୁ ଏହି ଜାତୀୟ ସମ୍ମାନ ମିଳିଛି।

ମୁମ୍ବାଇରେ ଭାରତୀୟ ଦନ୍ତ ଚିକିତ୍ସକ ସଂଘ (ଇଣ୍ଡିଆନ୍ ଡେଣ୍ଟାଲ୍ ଆସୋସିଏସନ୍)ର ସମ୍ମିଳନୀ ଚାଲିଥିବାବେଳେ ୱାର୍ଲ୍ଡ ଜିଓ ସେଣ୍ଟରଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି।

ଡାକ୍ତର ସାଇସ୍ନିଗ୍ଧ ମହାନ୍ତି ରାସଗୋବିନ୍ଦପୁର ବ୍ଲକର ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ମହାନ୍ତି ଓ ଅନିତା ମହାନ୍ତିଙ୍କ ସୁପୁତ୍ର। ତାଙ୍କ ପିତା ଦୀର୍ଘ ବର୍ଷ ଧରି ଜଳେଶ୍ୱର ସହରରେ ବସବାସ କରୁଛନ୍ତି।

ସାଇସ୍ନିଗ୍ଧ ଜଳେଶ୍ୱର ହାଇସ୍କୁଲରେ ପଢ଼ିବା ସମୟରେ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ସଫଳତା ହାସଲ କରିବା ସହ ବିଭିନ୍ନ ବୃତ୍ତି ମଧ୍ୟ ପାଇଥିଲେ। ମାଧ୍ୟମିକ ଶିକ୍ଷା ସମୟରୁ ଆଜି ପର୍ଯ୍ୟନ୍ତ ସେ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ପୁରସ୍କାର ହାସଲ କରି ଜଳେଶ୍ୱର ପାଇଁ ଗୌରବ ଆଣିଛନ୍ତି।

ନିଜ ସଫଳତା ପାଇଁ ସେ ଭଗବାନ ଶ୍ରୀ ସତ୍ୟସାଇ ବାବା, ପିତାମାତା, କିଟ୍‌, କିମ୍ସ ଓ କିସ୍‌ର ପ୍ରତିଷ୍ଠାତା ଡା. ଅଚ୍ୟୁତ ସାମନ୍ତ ଏବଂ ନିର୍ଦ୍ଦେଶକ ଡା. ଯୁଗଜ୍ୟୋତି ପାଠୀଙ୍କୁ ଶ୍ରେୟ ଦେଇଛନ୍ତି।

ତାଙ୍କର ଏହି ଜାତୀୟ ସଫଳତାକୁ ନେଇ ଜଳେଶ୍ୱର ଓ ଆଖପାଖ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *