• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅଭାବୀ ଓ ଅସହାୟ ପରିବାରଙ୍କୁ ଆର୍ଥିକ ସହାୟତା

Byodishri Live

Oct 23, 2026

ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜାରକା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ଅଞ୍ଚଳର ଆର୍ଥିକ ଅନଗ୍ରସର, ଗରିବ ଓ ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ଟ୍ରଷ୍ଟ ଦୀର୍ଘ ବର୍ଷ ଧରି ଅସହାୟ ଓ ଆର୍ଥିକ ଦୁର୍ବଳ ପରିବାରଙ୍କୁ ସହାୟତା ଯୋଗାଇ ଆସୁଛି।

ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ରହୁଥିବା ଗରିବ ଓ ଅସହାୟ ଲୋକଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରିବାକୁ ବିଧାୟକ ଶ୍ରୀ ସାହୁ ଟ୍ରଷ୍ଟର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଟ୍ରଷ୍ଟର ସଦସ୍ୟମାନେ ହିତାଧିକାରୀଙ୍କ ଘରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଜେନାପୁର ପଞ୍ଚାୟତ ଅନ୍ତର୍ଗତ ହଣ୍ଢପୁର ଗ୍ରାମର ଦୁର୍ଘଟଣାଗ୍ରସ୍ତ ଅର୍ଜୁନ ରାଉତଙ୍କ ସମେତ ପଣଷପଡ଼ିଆ ଗ୍ରାମର ସୀତା ଭଞ୍ଜ, ବସନ୍ତ ମଞ୍ଜରୀ ସାହୁ ଓ ସୁବାସ କବିଙ୍କୁ ସହାୟତା ଦିଆଯାଇଛି।

ସେହିପରି ରସୁଲପୁର ପଞ୍ଚାୟତର ଖୋସାଲପୁର ଗ୍ରାମର ସୁରେଶ ଚନ୍ଦ୍ର ମହାନ୍ତି, ସତ୍ୟଭାମା ନାୟକ, ଚଞ୍ଚଳା ଦାସ ଓ ପ୍ରଣିତ କରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ରାହାମ୍ବା ପଞ୍ଚାୟତର ସଦାନନ୍ଦପୁର ଗ୍ରାମର ସଖି ବେହୁଆ ଏବଂ କୋଳଥଳ ଗ୍ରାମର ବୋଧି ମଳିକ ଓ ସରୋଜ ମଳିକଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ, ଅରେଇକଣା ପଞ୍ଚାୟତର ହଳଦିଆମୂଳ ଗ୍ରାମର ଉମାକାନ୍ତ ମଳିକ, ଗୋପାଳ ମଳିକ ଓ ନେପାଳ ମଳିକଙ୍କୁ ସହାୟତା ଦିଆଯାଇଥିବା ବେଳେ ମଙ୍ଗଳପୁର ପଞ୍ଚାୟତର ବାଙ୍କସାହି ଗ୍ରାମର ମାତାଜୀ ନାୟକ ଓ ପ୍ରଫୁଲ୍ଲ କୁମାର ନାୟକଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏହାସହ ରାହାମ୍ବା ପଞ୍ଚାୟତର କୋଳଥଳ ଗ୍ରାମର ମମତା ବାରିକଙ୍କୁ ସହାୟତା ପ୍ରଦାନ କରାଯାଇଛି।

ଟ୍ରଷ୍ଟର ସଦସ୍ୟମାନେ ହିତାଧିକାରୀଙ୍କ ଘରେ ପହଞ୍ଚି ସହାୟତା ପ୍ରଦାନ କରିଥିବାରୁ ଏହା ଅଭାବୀ ପରିବାରଙ୍କୁ କିଛିଟା ଆଶ୍ୱସ୍ତି ଯୋଗାଇବ ବୋଲି ଆଶା କରାଯାଉଛି।

ଗରିବ, ଖଟିଖିଆ ଓ ଅସହାୟ ଲୋକଙ୍କୁ ଚିହ୍ନଟ କରି ପୂର୍ବଭଳି ଆଗାମୀ ଦିନରେ ମଧ୍ୟ ଟ୍ରଷ୍ଟ ମାଧ୍ୟମରେ ଆର୍ଥିକ ସହାୟତା ଜାରି ରଖାଯିବ ବୋଲି ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *