• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଫୁଲବାଣୀରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସାନ୍ତ ସାହିତ୍ୟ ସୃଜନ ଆସର

Byodishri Live

Oct 26, 2026

ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ପକ୍ଷରୁ ମାସାନ୍ତ ସାହିତ୍ୟ ସୃଜନ ଆସର ଅନୁଷ୍ଠିତ ହୋଇଯାଇଛି। ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାହିତ୍ୟ ଆସରରେ ‘କୁମାର ଉତ୍ସବ: ଅତୀତ ଓ ବର୍ତ୍ତମାନ’ ଶୀର୍ଷକକୁ ନେଇ ଆଲୋଚନା ହୋଇଥିଲା।

ଏହି ଆଲୋଚନାରେ ସାମ୍ମୁଖ୍ୟର ସହସମ୍ପାଦକ ଡ. ପୁର୍ଣ୍ଣେନ୍ଦୁ ତ୍ରିପାଠୀ, ଉପଦେଷ୍ଟା ନବୀନ କିଶୋର ପଣ୍ଡା ଓ ସାହିତ୍ୟିକ ନବ କିଶୋର ରଥ ଯୋଗଦେଇ କୁମାର ଉତ୍ସବର ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ଧଳ ସ୍ୱାଗତ ଭାଷଣ ଦେଇଥିଲେ। କଣ୍ଠଶିଳ୍ପୀ ଅସିତ ନନ୍ଦ ଓ ଧନପତି ଦିଗାଲ ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ। ଆଗାମୀ ମାସାନ୍ତ ସାହିତ୍ୟ ଆସରରେ ସାହିତ୍ୟିକମାନେ ନିଜ ନିଜର ପ୍ରଥମ ସୃଜନୀ ସମ୍ପର୍କିତ ଅନୁଭୂତି ବାଣ୍ଟିବେ ବୋଲି ଆଲୋଚନା କରାଯାଇଥିଲା।

ପରବର୍ତ୍ତୀ ପର୍ଯ୍ୟାୟରେ କବି ଅସିତ ନନ୍ଦଙ୍କ ସଂଯୋଜନାରେ କବିତା ପାଠ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଡ. ପୁର୍ଣ୍ଣେନ୍ଦୁ ତ୍ରିପାଠୀ, ନବ କିଶୋର ରଥ, ନବୀନ କିଶୋର ପଣ୍ଡା, ନାଭିଦତ୍ୟ ଦିଗାଲ, କୈଳାସ ଚନ୍ଦ୍ର ଧଳ, ଦୁର୍ଯ୍ୟୋଧନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାକୁଡ଼, ପ୍ରସନ୍ନ ପଣ୍ଡା, ତାପସ କୁମାର ହୋତା, ବି.କେ. କମଲ, ରବୀନ୍ଦ୍ରନାଥ ମିଶ୍ର ଓ ଧନପତି ଦିଗାଲ ପ୍ରମୁଖ ନିଜ ନିଜର କବିତା ପାଠ କରିଥିଲେ।

ଶେଷରେ ସାମ୍ମୁଖ୍ୟର ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *