• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଉନ୍ନତ କୌଶଳରେ ଚାରା ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Byodishri Live

Oct 30, 2026

ଓୟୁଏଟି ଜୁଡ଼ିଆ ଫାର୍ମରେ ୨୦ ଜଣଙ୍କୁ ଦିଆଗଲା ଦୁଇଦିନିଆ ଦକ୍ଷତା ବୃଦ୍ଧି ତାଲିମ

କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝରସ୍ଥିତ ଜୁଡ଼ିଆ ଫାର୍ମର କୃଷି ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର, ଓୟୁଏଟି ଆନୁକୂଲ୍ୟରେ ଦୁଇଦିନିଆ ‘ଉନ୍ନତ କୌଶଳରେ ଚାରା ପ୍ରସ୍ତୁତି ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଜୀବିକା ମିଶନର ବୋଦାପଳାସା ଓ ମୈଦାନକେଲ ପଞ୍ଚାୟତ ମହାସଂଘର ଏମ୍‌ବିକେ, ସିଆର୍‌ପି, କୃଷିମିତ୍ର, ହାତୀ ପ୍ରବଣ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସଭାପତି ଓ ସମ୍ପାଦକଙ୍କ ସମେତ କେଡି ଟ୍ରଷ୍ଟର ବିକାଶ ଅଧିକାରୀଙ୍କୁ ମିଶାଇ ମୋଟ ୨୦ ଜଣ ଅଂଶଗ୍ରହଣ କରିଥିଲେ।

ଜୁଡ଼ିଆ ଫାର୍ମର ସହଯୋଗୀ ନିର୍ଦ୍ଦେଶିକା ତଥା ବୈଜ୍ଞାନିକ ଡକ୍ଟର ମୋନିକା ରାୟଙ୍କ ସମେତ ଡକ୍ଟର ପ୍ରଶାନ୍ତ କୁମାର ମାଝୀ, ଡକ୍ଟର ଶୁଭକାନ୍ତ ସାମନ୍ତରାୟ, ଡକ୍ଟର ସୁକୁମାର ଟୁଡୁ, ଶୁଭ୍ରାଂଶୁ କୁମାର ବଳ, ନିଗମାନନ୍ଦ ବେହେରା, ଡକ୍ଟର ଅମ୍ରିତା ମହାପାତ୍ର, ସିଦ୍ଧାର୍ଥ ଆଚାର୍ଯ୍ୟ ଓ ବିଶ୍ୱଜିତ ପତି ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ପ୍ରଶିକ୍ଷଣ ସମୟରେ ଗୁଣାତ୍ମକ ଚାରା ପ୍ରସ୍ତୁତି, ଗ୍ରୀନ୍‌ ହାଉସ୍‌ ଓ ପଲି ହାଉସ୍‌ରେ ଚାରା ଉତ୍ପାଦନ, କଲମୀ ଚାରା ପ୍ରସ୍ତୁତି, ହାଇଟେକ୍‌ ନର୍ସରୀ ପାଇଁ ଅଧିକ ମୂଲ୍ୟଯୁକ୍ତ ଫସଲ ଚୟନ, ଜଳବାୟୁ ନିୟନ୍ତ୍ରଣ ବ୍ୟବସ୍ଥା, ରୋଗ ଓ କୀଟପତଙ୍ଗ ପରିଚାଳନା, ଉନ୍ନତ ଜଳସେଚନ ପଦ୍ଧତି ଏବଂ ଆଧୁନିକ କୃଷି ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ ଆୟ ବୃଦ୍ଧି ସମ୍ପର୍କରେ ତାଲିମ ଦିଆଯାଇଥିଲା।

କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ଭକ୍ତ ବତ୍ସଳ ମହାନ୍ତି ପ୍ରଶିକ୍ଷାର୍ଥୀ ଓ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଓଡ଼ିଶା ଜୀବିକା ମିଶନର କେନ୍ଦୁଝର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ପବିତ୍ର କୁମାର ବରା ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *