• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବନ୍ତ ତହସିଲର ରାଜସ୍ୱ ନିରୀକ୍ଷକ ନିଲମ୍ବିତ

Byodishri Live

Oct 30, 2026

ଭଦ୍ରକ ଜିଲ୍ଲାପାଳ ଜାରି କଲେ ନିଲମ୍ବନ ଆଦେଶ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାର୍ଯ୍ୟ ହେଲା ମୁଖ୍ୟାଳୟ

ଭଦ୍ରକ, (ଓଡ଼ିଶ୍ରୀ ସମ୍ବାଦ): ସରକାରୀ କାର୍ଯ୍ୟ ସମ୍ପାଦନରେ ଗୁରୁତର ଅବହେଳା ଅଭିଯୋଗରେ ଭଦ୍ରକ ଜିଲ୍ଲାର ବନ୍ତ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଶ୍ରୀମତୀ ସସ୍ମିତା ମହାପାତ୍ର ନିଲମ୍ବିତ ହୋଇଛନ୍ତି। ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗ ପକ୍ଷରୁ ୨୭ ଅକ୍ଟୋବର ୨୦୨୬ରେ ଏ ସମ୍ପର୍କିତ ସରକାରୀ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି। ସରକାରୀ କାର୍ଯ୍ୟ ସମ୍ପାଦନରେ ଅବହେଳା ସମ୍ପର୍କିତ ଅଭିଯୋଗକୁ ଆଧାର କରି ଏହି ପ୍ରଶାସନିକ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ନିଲମ୍ବନ ଅବଧି ମଧ୍ୟରେ ଶ୍ରୀମତୀ ମହାପାତ୍ରଙ୍କ ମୁଖ୍ୟାଳୟ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାର୍ଯ୍ୟ କରାଯାଇଛି। ଏଥିସହ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି।

ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ସରକାରୀ କାର୍ଯ୍ୟରେ ଶୃଙ୍ଖଳା ଓ ଦାୟିତ୍ୱବୋଧ ସୁନିଶ୍ଚିତ କରିବା ଦିଗରେ ଏକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଭାବେ ଦେଖାଯାଉଛି।

Spread the love

Leave a Reply

Your email address will not be published. Required fields are marked *