• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଜୟପାଟଣାରେ ପିତୃମୋକ୍ଷ ଅବସରରେ ଶ୍ରୀମଦ୍ ଭାଗବତ କଥା, ଭକ୍ତିରେ ମୁଖରିତ ପି.ଆର୍. ପ୍ୟାଲେସ୍

Byodishri Live

Sep 15, 2026

ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ପିତୃମୋକ୍ଷ ଅବସରରେ ଆୟୋଜିତ ହେଉଛି ପବିତ୍ର ଶ୍ରୀମଦ୍ ଭାଗବତ କଥା। ଚଳିତ ମାସ ୧୦ ତାରିଖରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ପି.ଆର୍. ପ୍ୟାଲେସ୍‌ଠାରେ ଏହି ଧାର୍ମିକ ଉତ୍ସବ ଚାଲିଛି।

ପ୍ରତିଦିନ ଭାଗବତ କଥା ଶୁଣିବା ପାଇଁ ଅଞ୍ଚଳର ବହୁ ଭଦ୍ରବ୍ୟକ୍ତି, ମା’ ଓ ମାଉସୀମାନେ ଯୋଗଦେଇ ଆଧ୍ୟାତ୍ମିକ ପରିବେଶକୁ ଆହୁରି ଭକ୍ତିମୟ କରୁଛନ୍ତି। ଏହି ଉତ୍ସବରେ ଘନଶ୍ୟାମ ଅଗ୍ରୱାଲ, ମୁରଲୀ ଅଗ୍ରୱାଲ, ସତ୍ୟନାରାୟଣ ଅଗ୍ରୱାଲ, ମହାବୀର ଅଗ୍ରୱାଲ, ବିକି ଅଗ୍ରୱାଲ ଏବଂ ଅମୁ ଅଗ୍ରୱାଲ ପ୍ରମୁଖ ମୁଖ୍ୟ ଭାବେ ଯୋଗଦେଉଛନ୍ତି।

ପି.ଆର୍. ପ୍ୟାଲେସ୍ ପରିସରରେ ଭାଗବତ ପାଠ ଓ କଥାବାଚକଙ୍କ ଆଧ୍ୟାତ୍ମିକ ବାଣୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଭାଗବତର ଜ୍ଞାନ, ଧର୍ମ ଓ ନୀତିର ବାର୍ତ୍ତା ଶ୍ରୋତାମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ଭକ୍ତିରସରେ ଆପ୍ଲୁତ କରୁଛି।

ଏହି ଧାର୍ମିକ ଆୟୋଜନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

Spread the love

Leave a Reply

Your email address will not be published. Required fields are marked *